ads

Breaking News

ଲରମ୍ଭା ମହାବିଦ୍ୟାଳୟ ଠାରେ ଶୋକ ସଭାର ଆୟୋଜନ



ବରଗଡ଼----  ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ଠାରେ ପ୍ରାକ୍ତନ ଜୀବବିଜ୍ଞାନ ପ୍ରଧ୍ଯାପକ, ମେଜର ଡଃ ପ୍ରଣବେଶ କୁମାର ମିଶ୍ର ଦେହାନ୍ତ ହୋଇଯାଇଛି।ସେ ୧୯୬୬ ରୁ ୧୯୯୬ ପର୍ଯ୍ୟନ୍ତ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ, ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ପ୍ରିୟଭାଜନ ହୋଇଥିଲେ।ସେ  ମୂଳନିବାସୀ କଲିକତା ରୁ ଆସି ପ୍ରଥମେ ଲରମ୍ଭା ମହାବିଦ୍ୟାଳୟ ଅଧ୍ୟାପକ ଭାବେ ଯୋଗଦେଇ ଥିଲେ। ପରେ ଏ ଏନ ଓ ପଦବୀ ସହିତ, ସମ୍ବଲପୁର ସୈନ୍ଯ ବିଭାଗ ତରଫରୁ ତାଙ୍କୁ ମେଜର ଉପାଧି ମିଳିଥିଲା। ଜୀବନର ଶେଷ ସମୟରେ ଛତିଶଗଡ ବିଲାସପୁର ଠାରେ ତାଙ୍କର ବଡପୁଅ ଶ୍ରୁତିଦେବ ମିଶ୍ରଙ୍କ ନିକଟରେ ରହୁଥିଲେ। ଏହି ଶୋକ ସଭାରେ ଛାତ୍ର ଅଧ୍ୟାପକ ମନୋରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ପଣ୍ଡା  ଓ ପବିତ୍ର ମାହାଣା ସ୍ଵର୍ଗତ ମିଶ୍ର କଂ ଶ୍ରୁତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧/୨୦୨୩----୯,୧୦ Sakhigopal News,9/1/2023

ads

Blog Archive