ପଧାନ ସାହି ରାଜସ୍ବ ନିରୀକ୍ଷକକାର୍ଯ୍ୟାଳୟରେ : ପନ୍ଦର ବର୍ଷ ହେଲା ପଡିଛି ତାଲା
ଜଟଣୀ : ----ଆରମ୍ଭରୁ ସ୍କୁଲ ଘରେ । ତା ପରେ ଭଡା ଘରେ ଏବେ ଅନ୍ୟ ଏକ ଗାଁ ର ପଞ୍ଚାୟତ ଅଫିସ ରେ । ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ପଧାନ ସାହି ରାଜସ୍ବ ନିରୀକ୍ଷକ । ଘଟଣା କିଛି ଏମିତି ।
ଭୁବନେଶ୍ୱର ପଟିଆ ଅଞ୍ଚଳର ଜଣେ ବ୍ୟକ୍ତି ପଧାନସାହି ରାଜସ୍ବ ନିରୀକ୍ଷକଙ୍କ ଅଧୀନ ପାଞ୍ଚ ଗାଁ ମୌଜାରେ ଏକ ଜମି କିଣିଥିଲେ |କୌଣସି ଏକ କାଗଜପତ୍ର କାମରେ ପଧାନସାହି ରାଜସ୍ବ ନିରୀକ୍ଷକଙ୍କ ଅଫିସ ଖୋଜି ଖୋଜି ଆସିଥିଲେ |ପଧାନସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଘର କାନ୍ଥରେ " ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ " ଲେଖା ହୋଇଥିବାର ଦେଖି ସେଠାରେ ଅପେକ୍ଷା କରିଥିଲେ | ଦୀର୍ଘ ଚାରି ଘଣ୍ଟା ଧରି ଅପେକ୍ଷା କରିବା ପରେ ପାଖରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପଚାରି ଥିଲେ |ଆର.ଆଇ ଅଫିସ କେତେବେଳେ ଖୋଲୁଛି ? । ଉତ୍ତର ଥିଲା ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ପନ୍ଦର ବର୍ଷ ହେଲାଣି ଆର.ଆଇ ଙ୍କ କାର୍ଯ୍ୟାଳୟ ବନ୍ଦ ହୋଇ ପଡ଼ି ରହିଛି |ସେପଟେ ଯାଉଥିବା ଜଣେ ଗଣାମଧ୍ୟମ ପ୍ରତିନିଧି ଏକଥା ଶୁଣି ଘଟଣା ବିଷୟରେ ଅଧିକ ବୁଝିବାକୁ ଚେଷ୍ଟା କରିଥିଲେ |ଖବର ନେବାରେ ଜଣା ପଡିଛି ଜଟଣୀ ତହସିଲ ଅଧୀନ ପଧାନ ସାହି ରାଜସ୍ବ ସର୍କଲ ତିଆରି ହେଲା ଦିନଠାରୁ ନିଜସ୍ୱ କାର୍ଯ୍ୟାଳୟ ଗୃହ ନଥିଲା |ଯେଉଁ କାରଣରୁ ପଧାନସାହି ପ୍ରାଥମିକ ବିଦ୍ୟାଳୟରେ କିଛିବର୍ଷ ଚାଲିବା ପରେ ପଧାନସାହି ଜାମୁକୋଳି ମୌଜାର ସୀମାରେ ଏକ ଭଡା ଘରେ ଚାଲୁଥିଲା |ପରେ 2007 ମସିହାରେ ତତ୍କାଳୀନ ବିଧାୟକଙ୍କ ଦ୍ୱାରା ପଧାନସାହି ପଞ୍ଚାୟତ ଅଫିସ ନିକଟରେ ସରକାରୀ ଜାଗାରେ ସରକାରୀ ଅର୍ଥରେ ରାଜସ୍ବ ନିରୀକ୍ଷକ ଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା |କିନ୍ତୁ ଗତ 2012 ମସିହାରେ କିଛି ଖଳ ପ୍ରକୃତିର ଲୋକେ ପଧାନସାହି ଆର.ଆଇ ଅଫିସକୁ ଉଦ୍ଦେଶ୍ୟ ମୂଳକ ଭାବେ ନୂଆ କାର୍ଯ୍ୟାଳୟକୁ ନ ଖୋଲି ଜାମୁକୋଳି ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଦେଲେ। ଯାହାକୁ ନେଇ ସ୍ଥାନୀୟ ପଧାନସାହି ଅଞ୍ଚଳ ବାସୀ ଅସନ୍ତୋଷ ଜାହିର କରୁଛନ୍ତି |
ଆଜି ପର୍ଯ୍ୟନ୍ତ ଦୀର୍ଘ ପନ୍ଦର ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି କାର୍ଯ୍ୟାଳୟ ଟି ଖୋଲା ହୋଇ ପାରିଲା ନାହିଁ |ଜଣକ ପରେ ଜଣେ ତହସିଲଦାର ଗଲେଣି |କେହି ଏଥିରେ ମୁଣ୍ଡ ଖେଳାଉ ନାହାନ୍ତି |କେତେ ନିର୍ବାଚନ ଗଲାଣି, କେତେ ସରପଞ୍ଚ ଗଲେଣି |ସରକାରୀ ଅର୍ଥରେ ସରକାରୀ ଜାଗାରେ ଲକ୍ଷାଧିକ ଟଙ୍କାରେ ଘର ତିଆରି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଖୋଲା ଯାଇ ପାରିଲା ନାହିଁ |ଏହି ଘଟଣା ବାବଦରେ ଜଟଣୀ ତହସିଲଦାର ରୁମାନୀ ଜାଫ୍ରି ଙ୍କୁ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l ସେପଟେ ପଧାନସାହି ଅଞ୍ଚଳର କିଛି ସମାଜସେବୀ ଏ ଘଟଣାକୁ ନେଇ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧/୨୦୨୩----୯,୪୫ Sakhigopal News,9/1/2023
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧/୨୦୨୩----୯,୪୫ Sakhigopal News,9/1/2023




