ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ
ବରଗଡ଼---- ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଝସକେତନ ପ୍ରଧାନ ଉଦଘାଟନ କରିଥିଲେ। ଉଦ୍ଭିଦ ବିଜ୍ଞାନ ଡେମୋନଷ୍ଟ୍ରେଟର କଲ୍ପନା ଚାନ୍ଦ ଙ୍କ ତତ୍ବାବଧାନରେ ମାଷ୍ଟର ଟ୍ରେନର ମୋନାଲି କର୍ଣ୍ଣ ୮୯ ଜଣ ଛାତ୍ରୀ ଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର ୮ ଦିନ ଧରି ଚାଲିବ। ଏଥିରେ ବିଦ୍ୟାଳୟ ର ପିଇଟି ଅର୍ଜୁନ ପ୍ରଧାନ, ଡିଇଓ ଫଣିଦ୍ର ମିରିଗ, କିରାଣୀ ଅର୍ଜୁନ ଦୋରା, ଅନୁପ କୁମାର ଭୋଇ, ଉମେଶ ରାଉତିଆ, ବିରଞ୍ଚି ମାହାଣା ଓ ଗଜାନନ ପଟେଲ ପ୍ରମୁଖ ସହଯୋଗ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧/୨୦୨୩-----୯,୧୦ Sakhigopal News,10/1/2023



