ads

Breaking News

ଦୀର୍ଘଦିନର ବିବାଦ ପରେ ଆରମ୍ଭ ହେଲା କୁରାଳ ଧାନ ମଣ୍ଡି




ଓଡ଼ଗାଁ:- ଓଡ଼ଗାଁ ବ୍ଳକ କୁରାଳ ପାକ୍ସ ରେ ଧାନ କଟନୀଛଟନୀ ପାଇଁ ଦୀର୍ଘ ସପ୍ତାହେ ଧରି ବିବାଦ ତୁଟୁ ନଥିବା ବେଳେ ମଙ୍ଗଳବାର ଧାନ ମଣ୍ଡି ପୂଜା ପରେ ଚାଷୀ ସମିତିରେ ତାଲା ପକାଇ ବସିଥିଲେ। ବିବାଦ ଲାଗିରହିଥିବାରୁ ଧାନ ଏଣ୍ଟ୍ରି ହୋଇନଥିଲା। କିନ୍ତୁ ସେଦିନ ରାତିରେ ସମବାୟ ର ସମୟସୀମା ପରେ ରାତିଅଧିଆ ୩ଜଣ ଚାଷୀ ଯଥା ସମିତି ସଭାପତି କାହ୍ନୁଚରଣ ପଣ୍ଡା, ରାମେଶ୍ଵର ପାତ୍ର, ଶିବରାମ ପାଣିଗ୍ରାହୀ ଧାନ ଏଣ୍ଟ୍ରି କରିଦେଇଥିଲେ । ତାହା ପୁଣି ବିନା କଟନୀଛଟନୀ ରେ ବୋଲି ସମ୍ପାଦକ ଲିଙ୍ଗରାଜ ସାହୁ କହିଛନ୍ତି। 
ବୁଧବାର ଚାଷୀ ଧାନ ଏଣ୍ଟ୍ରି ପାଇଁ ଜିଦ୍ ଧରି ବସିଥିଲେ। ବିବାଦ ତୁଟାଇବା ପାଇଁ ଘଟଣାସ୍ଥଳରେ ନୟାଗଡ଼ ସମବାୟ ସମିତି ନିବନ୍ଧକ ସମୂହ ଓ ଅନ୍ୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ଟୋକେନ ତାରିଖ ଶେଷ ହେଇଯାଉଥିବାରୁ ଡରି ଚାଷୀ ଧାନ ଏଣ୍ଟ୍ରି କରିବା ପାଇଁ ଜିଦ୍ ଧରି ବସିଥିଲେ। ତେଣୁ ଚାଷୀ ୬/୭ କେଜି ରେ କଟନୀଛଟନୀ କରି ଧାନ ଏଣ୍ଟ୍ରି କରିଥିବା ସୂଚନା ମିଳିଛି। ତେଣୁ ଏ ବର୍ଷ ଧାନ ଭଲ ହୋଇଥିବା ସ୍ଥଳେ ୬/୭ କେଜି କାଟି ଧାନ ଏଣ୍ଟ୍ରି କରିବା ଚାଷୀଙ୍କ ବହୁତ ବଡ଼ କ୍ଷତି ହୋଇଥିବା ବେଳେ । ପ୍ରଥମେ ୩ଜଣ ଚାଷୀ ରାତିଅଧିଆ ବିନା କଟନୀଛଟନୀ ରେ ଧାନ ଏଣ୍ଟ୍ରି କରିବା ସେମାନଙ୍କ ପାଇଁ ଲାଭ ହେଇଛି। ତେଣୁ ଏହି ଘଟଣା କାହାର ପୁଷମାସ ତ କାହାର ସର୍ବନାଶ, ନ୍ୟାୟରେ ହୋଇଛି ବୋଲି ଆଲୋଚନା ହେଉଛି। 


     ଏନେଇ ସମିତି ନୂତନ ସମ୍ପାଦକ ଲିଙ୍ଗରାଜ ସାହୁଙ୍କୁ ସକାଳୁ ସଂନ୍ଧ୍ଯା ଯାଏ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ୍ ରିସିଭ୍ କରିନଥିଲେ । କିନ୍ତୁ ସଂନ୍ଧ୍ଯା ପରେ ତାଙ୍କ ସହ ଯୋଗାଯୋଗ କରିବା ପରେ ୩ଜଣ ଚାଷୀ ବିନା କଟନୀଛଟନୀ ରେ ଧାନ ଏଣ୍ଟ୍ରି କରିଥିବା ସ୍ୱୀକାର କରିଥିବା ବେଳେ, ଆଜି ଚାଷୀ ଧାନ ଏଣ୍ଟ୍ରି ନିଜ ଇଚ୍ଛାରେ କଟନୀଛଟନୀ କରି ଏଣ୍ଟ୍ରି କରିଛନ୍ତି ବୋଲି ସେ କହିଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୨/୧/୨୩---୧୨,୧୦ Sakhigopal News,12/1/2023

ads

Blog Archive