ads

Breaking News

ଓଡ଼ିଆ ଆର୍ଦଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ବିପଦରେ


 ସାକ୍ଷୀଗୋପାଳ---- ପଟ୍ଟନାୟକିଆ ଛକ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ବିପଦରେ ରହିଥିବା ଜଣାପଡିଛି। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଦୁଇଟି ଟାଟା ମ୍ଯାଜିକ ଜବତ କରିଛି ଜାତୀୟ ରାଜପଥର ପେଟ୍ରୋଲିଙ୍ଗ ପୁଲିସ । ସେମାନଙ୍କ ଦ୍ବାରା ସୁଚନା ମିଳିଛି ଯେ ଗାଡି ନଂ ଓଆର୧୩ଜି୮୩୬୬ ଏହାର ଗାଡି ଚାଳକ ବୀର ବଳଭଦ୍ରପୁର, ଚନ୍ଦନପୁରର ମହେଶ୍ୱର ସୁବୁଦ୍ଧି ନିଶାସକ୍ତ ଥିବା ବେଳେ ତାଙ୍କ ଉପରେ ଦଶ ହଜାର ଟଙ୍କା ପାଇନି କରାଯାଇଛି । ସେହିପରି ଅନ୍ୟ ଗାଡି ନଂ ଓଆର, ୦୨ଏଜେଡ, ୫୩୬୮ର ଚାଳକ ସତ୍ଯବାଦୀ ଥାନା ଅନ୍ତର୍ଗତ ଶୁକଳର ବାଁବରଡା ଗ୍ରାମ ର ଜଗବନ୍ଧୁ ପ୍ରଧାନ ଙ୍କ ଗାଡି ଚାଳନ ପାଇଁ ଲାଇସେନ୍ସ ନଥିବାରୁ ତାଙ୍କ ଉପରେ ଛଅ ହଜାର ପାଞ୍ଚଶହ ଟଙ୍କା ପାଇନି କରାଯାଇଛି । ସେମାନେ ପୁରୀ ଆରଟିଓ କାର୍ଯ୍ୟାଳୟ ରେ ପାଇନି ଭରିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୪/୧/୨୦୨୩---୮,୧୦ Sakhigopal News,4/1/2023

ads

Blog Archive

Popular Posts