ads

Breaking News

ସତ୍ୟବାଦୀର ଶ୍ରୀ ରାଧା ନଡିଆ ତେଲ ପ୍ରକଳ୍ପ ବୁଲି ଦେଖିଲେ ମିଶନଶକ୍ତି ଉପଦେଷ୍ଟା



 
 ସାକ୍ଷୀଗୋପାଳ ----- ସତବାଦୀ ବ୍ଲକ ଅନ୍ତର୍ଗତ ପରଜାପଡାରେ ଶ୍ରୀ ରାଧା ମିଶନଶକ୍ତି ଦ୍ବାରା ଅନେକ ଦିନ ଧରି ଚାଲିଥିବା ମରା ନଡିଆ ତେଲ ପ୍ରକଳ୍ପ କୁ ରାଜ୍ଯ ମିଶନଶକ୍ତି ଉପଦେଷ୍ଟା ଡ ଲୋପାମୁଦ୍ରା ବକସିପାତ୍ର ଙ୍କ ସହିତ ଗୋଟିଏ ସରକାରୀ ଦଳ   ବୁଧବାର ପରିଦର୍ଶନ କରିଛନ୍ତି। ୬୦ ଜଣ ସଦସ୍ଯା ମିଳିତ ଭାବେ ଏଠାରେ ନଡିଆ ତେଲ ପ୍ରସ୍ତୁତ କରି ରାଜ୍ଯ ତଥା ବାହାର ରାଜ୍ଯକୁ ପଠାଇ ଆସୁଛନ୍ତି। ଡ ବକସିପାତ୍ର ଙ୍କୁ ନଡିଆ ତେଲ ପ୍ରକଳ୍ପର ସଂପାଦିକା ସର୍ଜିତା ହରିଚନ୍ଦନ ସମସ୍ତ କାର୍ଯ୍ୟକ୍ରମ ବୁଲାଇ ଦେଖାଇ ଥିଲେ  ।ରାଜ୍ଯ ମିଶନଶକ୍ତି ବିଭାଗ ପକ୍ଷରୁ ପୁରୀ ଜିଲା ର ୪ଟି  ମିଶନଶକ୍ତି ଦ୍ୱାରା ଉତ୍ପାଦିତ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଏହି ଦଳ ପରିଦର୍ଶନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ଯରେ ଜିଲା ପ୍ରକଳ୍ପ ପରିଚାଳକ ବନଜାକାନ୍ତ ମାହାରୀ, ସଂଯୋଜିକା ଆରତି ସାହୁ, ସତ୍ଯବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ମିଶନଶକ୍ତି ପକ୍ଷରୁ ବବିତା ମହାପାତ୍ର, ଭାରତୀ ମହାପାତ୍ର ଓ ବ୍ଲକ ପ୍ରକଳ୍ପ ପରିଚାଳିକା ଶାଶ୍ୱତି ମିଶ୍ର ପ୍ରମୁଖ ଏହି ଦଳରେ ଆସି ନଡିଆ ତେଲ ପ୍ରକଳ୍ପ ପରିଦର୍ଶନ  କରିଥିଲେ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧/୨୦୨୩----୭,୧୦ Sakhigopal News,4/1/2023

ads

Blog Archive