ads

Breaking News

ପୁରୁଣା ସ୍ମୃତି ଉଦେଶ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ




ଜଟଣୀ --ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଠାରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ  ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l 1997 ମସିହାରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସ୍ପୋର୍ଟିଙ୍ଗ କ୍ରିକେଟ ଟିମ୍ ର ପୁରାତନ ଖେଳାଳି ମାନେ ନିଜ ନିଜ ମଧ୍ୟରେ ବିଗତ ଦିନର ପୁରୁଣା ସ୍ମୃତିକୁ ମନେ ରଖିବା ପାଇଁ ଏକାଠି ହୋଇ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚର ଆୟୋଜନ କରିଥିଲେ । ଖେଳ ପୂର୍ବରୁ ସମସ୍ତ ବନ୍ଧୁ ଖେଳ ପଡିଆର ଚାରି ପାଖରେ ବୃକ୍ଷ ରୋପଣ କରିଥିଲେ । ଏହାପରେ ସମସ୍ତ ପୁରୁଣା ବନ୍ଧୁ ଦୁଇ ଦଳରେ ବିଭକ୍ତ ହୋଇ ନିଜ ମଧ୍ୟରେ ଖେଳ ଭାବନା ରଖି ଖେଳ ଖେଳିଥିଲେ । ଖେଳ ଶେଷରେ ଗଛିତ ରାଶିକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମ ହୃଷିକେଶ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ପ୍ରେମଜିତ ମିଶ୍ର, ରତନ ପଟ୍ଟନାୟକ, ଗୋପାଳ ରାଓ, ରାମଚନ୍ଦ୍ର ଡୋରା, ପ୍ରମୋଦ ମହାକୁଡ଼, ବିଶ୍ୱଜିତ ଲେଙ୍କା, ଅମିତ ମହାନ୍ତି, ବଦ୍ରୀନାଥ ସିଂ ପ୍ରମୁଖ ଅନେକ ପୁରାତନ ଖେଳାଳି ଯୋଗ ଦେଇ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧/୨୦୨୩-----୯,୧୦ Sakhigopal News,9/1/2023

ads

Blog Archive