ରେଲୱେ ଗୋଲେଇ ମାର୍କେଟ ଜବର ଦଖଲ କାରୀଙ୍କ କବଜାରେ ;ପ୍ରଶାସନିକ ଅଧିକାରୀ ସାଜିଛନ୍ତି ନିରବଦ୍ରଷ୍ଟା
ଜଟଣୀ --ଖୋର୍ଦ୍ଧାରୋଡ଼ ଡିଭିଜନ ନିଜସ୍ୱ ଷ୍ଟେସନ ବଜାର, ଗୋଲେଇ ମାର୍କେଟ ଓ ନିଉମାର୍କେଟ ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ରେଳ କର୍ମଚାରୀଙ୍କର ଉତ୍ତରାଧିକାରୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଲିଜ ଚୁକ୍ତି ମୁତାବକ ଭଡା ସୂତ୍ରରେ ଦେଇ ଦୋକାନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି l ସୁଚନା ଅଛିକି ଲିଜଧାରୀ ବ୍ୟକ୍ତି ଚୁକ୍ତି ମୁତାବକ ରେଳବାଇର ଅନୁମତି ବିନା ଅନ୍ୟ ବ୍ୟକ୍ତିଙ୍କୁ ବନ୍ଧକ କିମ୍ୱା ବିକ୍ରୟ କରିପାରିବେ ନାହିଁ l ଯଦି ବିକ୍ରୟ କିମ୍ବା ବନ୍ଧକ ରଖିଥାନ୍ତି ତେବେ ତାହା ବେନିୟମ ଅଟେ l ଏହା ସତ୍ୱେ ଲିଜ ଧାରୀ ଲକ୍ଷ ଲକ୍ଷ ଟଙ୍କାରେ ବନ୍ଧକ ବା ବିକ୍ରି କରି ମାଲେମାଲ l ଆହୁରି ମଧ୍ୟ ଜାଣିବାକୁ ମିଳେ ଲିଜ ଧାରିଙ୍କୁ ଦିଆଯାଇଥିବା ଜମିର ପରିମାଣ ତଥା ଲମ୍ବ , ପ୍ରସ୍ଥ ଯାହାକି ଲିଜରେ ଉଲ୍ଲେଖ ରହିଅଛି l କିନ୍ତୁ ଲିଜଧାରୀ ମାନେ ବେଆଇନ ଭାବରେ ଦୋକାନ ସାମ୍ନାରେ ଥିବା ଖାଲି ଜାଗା ଏବଂ ରାସ୍ତାକୁ ମାଡି ବସି ଆସ୍ତେ ଆସ୍ତେ ରାସ୍ତାକୁ ସଂକୀର୍ଣ୍ଣ କରିଦେଲେଣି। ସଂଗେ ସଂଗେ ଅନ୍ୟ ଖାଲି ଥିବା ସ୍ଥାନ ଏବଂ ରାସ୍ତାକୁ ମାଡିବସି ଗୋଦାମ, ହୋଟେଲ, ବିଭିନ୍ନ ଦୋକାନ ବଜାର ଗଢି, କ୍ୟାବିନ ପକାଇ ଭଡା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି l ଏହି ଜନଗହଳି ବଜାର ମଧ୍ୟରେ ଅନେକ ଲୁଗା ଦୋକାନ, ଟେକ୍ସନାରୀ, ଇଲୋକ୍ଟ୍ରୋନିକ, ଚପଲ, ଫଳ, ପନିପରିବା ଦୋକାନ, ସିଜିନ ସେଣ୍ଟର ଏହିପରି ଅନେକ ଛୋଟ ବଡ଼ ଦୋକାନ ମଧ୍ୟରେ ଏକ ଠିପି ଖୋଲା ମଦ ଦୋକାନ ଥିବାରୁ ଦିନ ରାତି ଏହି ଦୋକାନକୁ ଶହ ଶହ ମଦୁଆଙ୍କ ସୁଅ ଛୁଟିଥାଏ l ଯାହାଫଳରେ ସନ୍ଧ୍ୟା ହେଲେ ଏହି ବଜାରକୁ ପରିବାର ସହ ଆସିବାକୁ ଭୟ କରନ୍ତି l ଏହି ବଜାରର ସମସ୍ତ ଦୋକାନୀ ଧୀରେ ଧୀରେ ରାସ୍ତାକୁ ବେଆଇନ ଭାବେ ମାଡି ବସି ଆଗକୁ ବଢାଇବା ଫଳରେ ରାସ୍ତାର ଚଉଡା କମିଯିବାରୁ ବଜାର ମଧ୍ୟକୁ ଦୁଇ ଚକିଆ ଯାନ ଯିବା ପାଇଁ କଷ୍ଟକର ହୋଇପଡେ l ତା ଛଡା କୌଣସି ଆକସ୍ମିକ ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଗାଡି ପହଂଚିବା କଷ୍ଟକର ହୁଏ l ସାଧାରଣଙ୍କ ମତରେ ରେଳ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଉଚପଦସ୍ଥ ଅଧିକାରୀ ଭଲ ମୁନଫା କମାଇ ଜାଣି ଶୁଣି ଚୁପ ରହିଛନ୍ତି l ଏ ପରିକି ଅନେକ ଦୋକାନକୁ ବେଆଇନ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡିଛି l ରେଲୱେ ବିଦ୍ୟୁତ ବିଭାଗର ସିନିଅର ଡିଇ, ଏଇ, ଡିଇ ଏବଂ ଏସ.ଏସ. ଇ, ଜେଇ ବିଭାଗର ଅସାଧୁ କର୍ମଚାରୀ ମାନେ ବିନା ଡିଜିଟାଲ ମିଟରରେ ବେଆଇନ ଭାବରେ ଗୋଟିଏ ପଏଣ୍ଟରୁ ଶହ ଶହ ଦୋକାନକୁ ବିଦ୍ୟୁତ ସଂଯୋଗ ଦେଇ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି l ଏଠାରେ ପ୍ରଶ୍ନ ଉଠେ ବେଆଇନ ଭାବେ ପଡ଼ିଥିବା ଦୋକାନ ଏବଂ କ୍ୟାବିନକୁ କିଭଳି ବିଦ୍ୟୁତ ସଂଯୋଗ ହେଉଛି l ଏଭଳି କାର୍ଯ୍ୟ ପାଇଁ ନିକଟରେ ଗତ ତା 3/01/23 ତାରିଖରେ ଏହି ମାର୍କେଟରେ ଥିବା ହେଚ. କେ. ଟେକ୍ସଟାଇଲ ଲୁଗା ଦୋକାନର ଇଲେକ୍ଟ୍ରି ବୋର୍ଡରୁ ସଟସର୍କିଟ ହୋଇ ନିଆଁ ଲାଗି ସମ୍ପୂର୍ଣ ଦୋକାନ ଜଳି ପାଉଁଶ ହୋଇଯାଇଥିଲା l ଏହି ବିରାଟ ଦୁର୍ଘଟଣା ସତ୍ୱେ ରେଳ ବିଭାଗର କୌଣସି ପ୍ରତିକ୍ରିୟା ନାହିଁ l ଏହାର ସମ୍ପୂର୍ଣ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଯଥା ଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧/୨୦୨୩-----୧୦,୨୫ Sakhigopal News,6/1/2023


