ଜଟଣୀ ନାଗରିକ କମିଟି ଦ୍ୱାରା ସାମ୍ବାଦିକ ସମ୍ମିଳନୀ
ଜଟଣୀ ---ଜଟଣୀ ନାଗରିକ କମିଟି ର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଦୀର୍ଘ ଦିନର ଜଗନ୍ନାଥ ବିଜେ ଏଖରାଜତ ମହଲ ସ୍ତିତିବାନ ଜମି ଜମା ସମସ୍ୟା କୁ ନେଇ ଚଳିତ ମାସ ସାତ ତାରିଖ ଠାରୁ ନ ତାରିଖ ପର୍ଯ୍ୟନ୍ତ ଏକ ରିଲେ ଅନଶନ ର ଡାକରା ଦିଆଯାଇଥିଲା । ଏହି ଅନଶନ ପୂର୍ବରୁ ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଆଲୋଚନା ପାଇଁ ଗତ ଜାନୁଆରୀ ଚାରି ତାରିଖ ଏଗାରଟା ସମୟରେ ସଚିବାଳୟ ସ୍ଥିତ ତାଙ୍କ ବ୍ୟକ୍ତିଗତ ପ୍ରକୋଷ୍ଟ ରେ ଆହ୍ୱାନ କରିଥିଲେ l ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କ ନେତୃତ୍ୱରେ ସାକ୍ଷାତ କରି ଦୀର୍ଘ ସମୟ ପୁ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା l ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ତାଙ୍କ ଉତ୍ତରରେ ଆଇନି ସଚିବ ଓ ଅନ୍ୟାନ ସଚିବ ମାନଙ୍କ ସହିତ ଆଲୋଚନ କରି ସାଧାରଣ ଲୋକଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ନିଷ୍ପତି ନେଇଥିଲେ l ବର୍ତ୍ତମାନ ରାଜ୍ୟରେ ବିଶ୍ୱକପ ହକି ଖେଳ ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବ୍ୟସ୍ତ ଥିବାରୁ ୧୫ ଦିନ ମଧ୍ୟରେ ସମ୍ୟକ ସମାଧାନର ପ୍ରତିଶୃତି ଦେଇଥିଲେ l ଫଳରେ ନାଗରିକ କମିଟି ନିଜର ନିଷ୍ପତିକୁ ସ୍ଥଗିତ ରଖିଥିଲେ l ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ପ୍ରତିନିଧି ମଣ୍ଡଳୀ ଙ୍କୁ ଡାକି ଆଲୋଚନା କରିଥିବାରୁ ଜଟଣୀ ନାଗରିକ କମିଟି ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ଦିଆଯାଇଥିଲା l ଏହି ପ୍ରତିନିଧି ମଣ୍ଡଳୀରେ ନାଗରିକ କମିଟି ତରଫରୁ ଶ୍ରୀ ସୁରେନ୍ଦ୍ର ନାଥ ମିଶ୍ର, ଆଡ଼ଭୋକେଟ ଆଶୁତୋଷ ପଟ୍ଟନାୟକ, କୋଇଲି ସୁବୁଦ୍ଧି, ବିବେକାନନ୍ଦ ବଡ଼ଜେନା,କନ୍ତିଆ ପଂଚାୟତ ତରଫରୁ ହଟ କିଶୋର ପ୍ରଧାନ,କୁଦିଆରୀ ଅଞ୍ଚଳ ତରଫରୁ କାଉନସିଲର ଲୁସେନ ରାୟ, କୁସୁମାଟି ଛଣଘର ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ, ପିପିଲି ଡେଲାଙ୍ଗ ଅଞ୍ଚଳ ର ମହିଳା ନେତ୍ରୀ ନିରୁପମା ପାତ୍ର, ନାଗରିକ କମିଟି ଆବାହକ ବୃନ୍ଦାବନ ସାହୁ, ନଗର ସଭାପତି ଅଶୋକ ମଙ୍ଗରାଜ, ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ ନାଉସୀର ଅଲ୍ଲୀ, ଅକ୍ଷୟ ପରିଡା ପ୍ରମୁଖ ଭାଗ ନେଇଥିଲେ l ସର୍ବ ଶେଷରେ ନାଗରିକ କମିଟି ରାଜ୍ୟସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତି ୧୫ ଦିନ ମଧ୍ୟରେ କୌଣସି ସାନ୍ତ୍ୱନା ମୂଳକ ଉତ୍ତର ନ ମିଳେ ତେବେ ଆସନ୍ତା ଫେବୃଆରୀ ମାସ ଦ୍ଵିତୀୟ ସପ୍ତାହରେ ସ୍ଥାନୀୟ ସୀତାରାମ ଛକ ଠାରେ ପୁନର୍ବାର ରିଲେ ଅନଶନ ଆରମ୍ଭ କରାଯିବା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧/୨୦୨୩----୯,୪୫ Sakhigopal News,6/1/2023



