ads

Breaking News

ପୁଣି ଏକ ମଣ୍ଡି ନ ଖୋଲୁଣୁ ଧାନ ଏଣ୍ଟ୍ରିକୁ ନେଇ ଚାଷୀ ଅସନ୍ତୋଷ


ଓଡ଼ଗାଁ:- ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ସମବାୟ ସମିତିରେ ମଣ୍ଡି ଖୋଲିନଥିବା ବେଳେ କିଛି ଚାଷୀଙ୍କ ଧାନ ଏଣ୍ଟ୍ରିକୁ ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜିଯାଏ ରଙ୍ଗଣୀପାଟଣା ସମବାୟ ସମିତିର ଧାନ ମଣ୍ଡି ଖୋଲି ନାହିଁ। କିନ୍ତୁ ଚାଷୀଙ୍କ ଧାନ ଏଣ୍ଟ୍ରି ସରିଲାଣି। ତେବେ ମଣ୍ଡି ଖୋଲିନଥିବା ବେଳେ ଧାନ ଏଣ୍ଟ୍ରି କେମିତି ହେଲା ତାହା ସବୁଠାରୁ ବଡ଼ ପ୍ରଶ୍ନ।ଏନେଇ ରଙ୍ଗଣୀପାଟଣା ସମିତିର କିଛି ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।  ଏହି ଘଟଣା ବିଷୟରେ ପ୍ରତିକ୍ରିୟା ପାଇଁ ରଙ୍ଗଣୀପାଟଣା ସମବାୟ ସମିତିର ସଭାପତି ଙ୍କୁ ପଚାରିବାରେ ବିନା କଟନୀଛଟନୀ ରେ ଚାଷୀଙ୍କ ଧାନ ଏଣ୍ଟ୍ରି ହେବା ନେଇ ସେ କହିଥିବା ବେଳେ ,ସୋସାଇଟି ସମ୍ପାଦକ ମଧ୍ଯ ସମାନ କଥା କହିଛନ୍ତି। 
                                ତେବେ, ୩ଜଣ ଚାଷୀ ସସ୍ମିତା ପାତ୍ର,କୈଳାସ ପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଧାନ ଏଣ୍ଟ୍ରି ହୋଇଥିବା ବେଳେ, ଧାନ ଏଣ୍ଟ୍ରି କରିଥିବା ଚାଷୀ ତଥା ରଙ୍ଗଣୀପାଟଣା ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି କୈଳାସ ପାତ୍ରଙ୍କୁ ପଚାରିବାରେ ସେ ଧାନ ଏଣ୍ଟ୍ରି କରିଥିବା ନେଇ ମାନିଥିବା ବେଳେ ଗଣମାଧ୍ୟମ କୁଆଡେ ମିଛ କହି ତାଙ୍କୁ ବଦନାମ କରୁଛି ବୋଲି କହିବା ସହ ବଡ଼ ବେଖାତିର ଭାବରେ "ଅଯଥା ଯୁକ୍ତି" କରୁଛ ବୋଲି ଉଚ୍ଚ ଆବାଜରେ ଫୋନ୍ ଯୋଗେ କହିଥିଲେ। ଏହା ସହ ତାଙ୍କର ଧାନ ଏଣ୍ଟ୍ରି ସେଦିନ ପାଳି ଥିବାରୁ ସେ ଧାନ ଏଣ୍ଟ୍ରି କରିଛନ୍ତି ବୋଲି କହିବା ସହସୋସାଇଟିରେ ଯାହାର ଯେଉଁଦିନ ପାଳି ଅଛି ସେ ବିନା କଟନୀଛଟନୀ ରେ ବିନା ଦ୍ୱନ୍ଦରେ ଧାନ ଏଣ୍ଟ୍ରି କରିପାରିବ ବୋଲି ସେ କହିଛନ୍ତି। 

ରିପୋର୍ଟ:-  ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୬/୧/୨୩----୧୦,୨୫ Sakhigopal News,6/1/2023

ads

Blog Archive

Popular Posts