ସାକ୍ଷୀଗୋପାଳ କଲେଜର ୪୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
ସାକ୍ଷୀଗୋପାଳ:- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ 46 ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଦିନରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀର ତହସିଲଦାର ଶ୍ରୀ ଜୟନ୍ତ କୁମାର ଜୟସିଂହ ଯୋଗଦେଇଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ନିଜର ସଭାପତିତ୍ବ କରି ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ନିୟମାନୁବର୍ତ୍ତିତା ତଥା ଖେଳୁଆଡ଼ ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଥିଲେ l ଏହାପରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ +2 କ୍ରୀଡ଼ାର ଉପସଭାପତି ଡ଼ଃ ଶଙ୍କର୍ଷଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ଅତିଥିମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ତଥା ମସାଲ ପ୍ରଜ୍ୱଳିତ କରି କ୍ରୀଡ଼ା ଉତ୍ସବକୁ ଅନୁଷ୍ଠାନିକ ଭାବେ ଅୟମାରମ୍ଭ କରାଯାଇଥିଲା l କ୍ରୀଡ଼ା ଶିକ୍ଷକ ରଘୁନାଥ ପରିଡ଼ା, ଡ଼ଃ ଶଙ୍କର୍ଷଣ ପ୍ରଧାନ, ପ୍ର. ଜିତେନ ଦାସଙ୍କ ତତ୍ତ୍ଵlବଧାନରେ +2 ଓ +3 ର ଛାତ୍ରଛାତ୍ରୀମନେ ସମସ୍ତ ସାତଟି ବିଭାଗରେ ଭାଗନେଇ କୃତିତ୍ତ୍ୱ ହାସଲ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ପାରା ଆଥଲେଟର ସ୍ବର୍ଣ୍ଣ ପଦକ ବିଜେତା ଜୟନ୍ତୀ ବେହେରା ମହାବିଦ୍ୟାଳୟର ଛାତ୍ରୀ ଭାବରେ ଯୋଗଦେଇଥିଲେ l
ଉଦଯାପିତ ସଭାରେ ମୁଖ୍ୟ ଅତିଥିଭାବେ ସତ୍ୟବାଦୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାଶ, ସତ୍ୟବାଦୀ ଗୁରୁକୁଳର ଅନ୍ତର୍ଜାତୀକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ କ୍ରୀଡାର ମହତ୍ତ୍ୱ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥିମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ +2 ଓ +3 ର ଛାତ୍ରଛାତ୍ରୀ ଜୟନ୍ତୀ ବେହେରା, ରୁଦ୍ରପ୍ରତାପ ଜେନା, ମାନସୀ ବେତାଲ, ତଥା ବିଶ୍ୱଜିତ ନାୟକ ଚମ୍ପିୟାନ ହୋଇଥିଲେ l ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅନେକ ପରିଶ୍ରମ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନୋଜକୁମାର ସାହୁ, ପ୍ରତିଭା ନନ୍ଦିନୀ ସ୍ୱାଇଁ, ବର୍ଷା ପ୍ରିୟଦର୍ଶିନୀ ସେଠୀ, ରଶ୍ମିତା ପଣ୍ଡା ପ୍ରମୁଖ ସେମାନଙ୍କ ନୃତ୍ୟଗୀତ କଳା ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ଡ଼ଃ ଶଙ୍କର୍ଷଣ ପ୍ରଧାନ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସଭାଶେଷରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀ ରାଜକିଶୋର ପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧/୨୦୨୩---୧୦,୪୫ Sakhigopal News 6/1/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧/୨୦୨୩---୧୦,୪୫ Sakhigopal News 6/1/2023




