ସାକ୍ଷୀଗୋପାଳ କଲେଜରେ ଜାତୀୟ ଯୁବ ଦିବସ ଓ ପୁସ୍ତକ ଲୋକାର୍ପଣ
ସାକ୍ଷୀଗୋପାଳ:- --- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଗବେଷକ ଡ଼ଃ ସୁରେନ୍ଦ୍ର ନାଥ ମିଶ୍ର ଓ କବି ଅଧ୍ୟାପକ ପବିତ୍ର ମୋହନ ଦାଶ ଯଥାକ୍ରମେ ଅତିଥି ଭାବେ ଯୋଗଦେଇଥିଲେ l ସତ୍ୟବାଦୀର ପଞ୍ଚସଖା ହେଉ ବା ଭାରତୀୟ ନବଜାଗରଣ କାଳର ସନ୍ଥ ସନ୍ୟାସୀ, ସଂସ୍କାରକ ସ୍ୱାମୀ ବିବେକାନନ୍ଦ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ହୁଅନ୍ତୁ, ଏମାନଙ୍କ ବିଶ୍ଵଦୃଷ୍ଟି ଭାରତୀୟ ମଣିଷକୁ ରାଜନୈତିକ ପରାଧୀନତାରୁ ମୁକ୍ତ କରିବା ସହ ସାଂସ୍କୃତିକ ଜଡ଼ତା ଓ ଧାର୍ମିକ ଅନ୍ଧବିଶ୍ୱାସରୁ ମୁକୁଳାଇଥିଲା ବୋଲି ଡ଼ଃ ମିଶ୍ର ତାଙ୍କ ଭାଷଣରେ କହିଥିଲେ l ଉତ୍ସବର ମୁଖ୍ୟ ବକ୍ତା ଶ୍ରୀ ପବିତ୍ର ମୋହନ ଦାଶ ସ୍ୱାମୀ ବିବେକାନନ୍ଦଙ୍କ ବିଚାରର ବ୍ୟାପକତା, ମାନବୀୟ ଅନୁରାଗ ଗୁଡିକରେ ଅଧ୍ୟାତ୍ମର ଝଲକ ତାଙ୍କୁ ଏକ ଅନନ୍ୟ ସନ୍ୟାସୀର ପରିଚୟ ଦେଇଛି l ଅଧ୍ୟକ୍ଷ ଡ଼ଃ ପରିଡ଼ା ସଭାପତୀୟ ଅଭିଭାଷଣରେ ସ୍ୱାମୀ ବିବେକାନନ୍ଦ ଚିରଦିନ ପାଇଁ ଯୁବମାନସର ଆଦର୍ଶ ଓ ପ୍ରେରଣା ହୋଇ ରହିଛନ୍ତି ବୋଲି କହିଥିଲେ l ଉତ୍ସବରେ ଡ଼ଃ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦ୍ଵାରା ରଚିତ ପୁସ୍ତକ " ଐତିହର ଓଡିଶା " କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଉନ୍ମୋଚନ କରିଥିଲେ l
କାର୍ଯ୍ୟକ୍ରମର ପ୍ରାରମ୍ଭ ଶ୍ରୀ ଶକ୍ତିପ୍ରସାଦ ଦାଶ ବେଦ ପାଠ କରିଥିଲେ l ଅଧ୍ୟାପକ ମନୋଜ ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ +3 ଶେଷବର୍ଷ ଛାତ୍ରୀ କୁମାରୀ ରାଜଲଷ୍ମୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ l ଉତ୍ସବରେ ଜାତୀୟ ସେବା ଯୋଜନା ଅଧିକାରୀ ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରତ୍ନାକର ସାହୁ, ପ୍ରାଧ୍ୟାପକ ନଳିନୀ ଲୋଚନ ଦାଶ ଓ ବରିଷ୍ଠ କର୍ମଚାରୀ ଶ୍ରୀ ରାଜକିଶୋର ପତି ଯୋଗଦେଇଥିଲେ l
ଏହି ଅବସରରେ ବକୃତା, ସଂଗୀତ ତଥା ଏକକ ଅଭିନୟ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ସଭାଶେଷରେ ମନୋଜ କୁମାର ସାହୁ ଭକ୍ତି ସଂଗୀତ ଏବଂ ଅଙ୍କିତା ଅଭିଷିକ୍ତା ଚୌଧୁରୀ ଓ ସୋନାଲି ସାହୁ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ମନୋଜ ପରିଡ଼ା ଓ ପ୍ର. ରାଜଶ୍ରୀ ଶତପଥି ପରିଚାଳନା କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୩----୮,୪୫ Sakhigopal News,12/1/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୩----୮,୪୫ Sakhigopal News,12/1/2023





