ହନୁମାନଙ୍କ ପୀଠରେ ନଅଦିନ ବ୍ୟାପୀ ଶ୍ରୀରାମ ଚରିତ ମାନସ ଓ ନବାନ୍ନପାରାୟଣ
ନୟାଗଡ଼---- ନୟାଗଡ ଜିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଆଝର ପଞ୍ଚାୟତର ଗୋଛାବାରି ଗ୍ରାମର ସଙ୍କଟ ମୋଚନ ହନୁମାନଙ୍କ ପୀଠରେ ନଅଦିନ ବ୍ୟାପୀ ଶ୍ରୀରାମ ଚରିତ ମାନସ ଓ ନବାନ୍ନପାରାୟଣ ମହା ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହେଉଛି। ନଦୀରୁ କଳସ ଦ୍ୱାରା ପାଣି ତୋଳାହେବା ସହ ସିଂହାପଡାର ରଘୁନାଥ, କିଆଝରଗ୍ରାମର ପ୍ରଭୁ ଅମୃତେସ୍ଵର ଗୋଛାବାରି ଗ୍ରାମର କୃଷ୍ଣଚନ୍ଦ୍ର ଓ ହନୁମାନ ଏକତ୍ର ଭାବେ ଗ୍ରାମ ପରିକ୍ରମା କରି ଦୁଆର ମାନଙ୍କରେ ଭୋଗ ଲାଗି ହୋଇ ଥିଲା।ଏହି ଯଜ୍ଞାନୁଷ୍ଠାନ ରେ ପ୍ରତ୍ୟକ ଦିନ ସୂର୍ଯ୍ୟ ପୂଜା,ଗୋ ପୂଜା, ସହ ପ୍ରବଚନ ହୋଉଛି। ଆସନ୍ତା14ତାରିଖ ମକର ସଂକ୍ରାନ୍ତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଯଜ୍ଞ ର ପୁର୍ଣ୍ଣାହୁତି ଦେଖିବା ପାଇଁ ଛଅ ଗୋଟି ପଞ୍ଚାୟତର ଜନ ସାଧାରଣଙ୍କ ଭିଡ଼ ଜମାଇ ଥାଆନ୍ତି।ଆଇନ ଶୃଙ୍ଖଳା ରକ୍ଷାକରିବା ପାଇଁ ଖଣ୍ଡପଡ଼ା ଥାନାପୋଲିସ ପକ୍ଷରୁବ୍ୟବସ୍ଥା ଗ୍ରହଣ କରାଯିବ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୧/୨୦୨୩----୧୦-୪୫ Sakhigopal News,7/1/2023



