ads

Breaking News

ଖଣ୍ଡପଡ଼ା ରେ ବିକାଶ କାମ ଠପ୍, କାଗଜ ପତ୍ର ରେ ଚାଲିଛି କାମ



 ନୟାଗଡ଼---- ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ଲୋକେ ଏବେ ଭାଗ୍ୟକୁ ନିନ୍ଦିବା ଛାଡା ଅନ୍ୟଉପାୟ ନାହିଁ ବୋଲି କହୁଛନ୍ତି।ଖଣ୍ଡପଡା ଓ ଭାପୁର ଅଞ୍ଚଳରେ ବ୍ୟାପକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ରହିଛନ୍ତି ବୋଲି ଲୋକମାନେ କହନ୍ତି।ଖଣ୍ଡପଡା ତହସିଲ ଅଧିନ ରେ ସିଧାମୂଳା ବାଲିଘାଟ ଠାରୁ ଶାଳିଆ ପଥର ଖଣି ପଯ୍ୟନ୍ତ ପ୍ରାକୃତିକ ସମ୍ପଦକୁ ଛାରଖର କରାଯାଉଥିବା ବେଳେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ନାହିଁ।।ଯାହାକୁ ନେଇ ଜିଲ୍ଲାପାଳ ତହସିଲଦାର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଭାପୁର ବ୍ଲକ ର ଅବସ୍ଥା ମଧ୍ୟ ସମାନ।ପଥର ଖଣି ,ବାଲିଘାଟ ସବୁଠି ସମାନ ଅବସ୍ଥା।ବ୍ଲକ ରେ ବିଗତ ୪ବର୍ଷ ମଧ୍ୟରେ ବହୁ ଜନହିତକର ଯୋଜନା ବାଟମାରଣା ହୋଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ମନରେଗାରେ ଦୁର୍ନୀତି ୮୦କୋଟି ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଆବାସଠାରୁ ଆରମ୍ଭ କରି ପାଇଖାନା କେବଳ କାଗଜ ପତ୍ରରେ ଚାଲିଛି।ବିକାଶ ନାଁ ରେ ଅନେକ ହରିଲୁଟ ହୋଉଛି।୭୦ପ୍ରତିଶତ ଜନହିତ କର ଯୋଜନା ବାଟମାରଣା ହେଉଛି।ଖଣ୍ଡପଡା ବ୍ଲକ ରେ ମଧ ସମାନ ଅବସ୍ଥା।ଦୁଇଟି ବ୍ଲକ ରେ ବସବାସ କରୁଥିବା ଜନସାଧାରଣ ଗତ ସାଧାରଣ ନିର୍ବାଚନ ରେ ୧ଲକ୍ଷ ରୁ ଉର୍ଦ୍ଧ୍ବ ଭୋଟ ଦେଇ ଏବେ ଭାଗ୍ୟକୁ ଆଦେରି ରହିଛନ୍ତି ।ପର୍ଯ୍ୟଟନ,ରାସ୍ତାଘାଟ,,ଶିକ୍ଷା,ସ୍ଵାସ୍ଥ୍ୟଠାରୁ ଆରମ୍ଭକରି ଜଳସେଚନ ପର୍ଯ୍ୟନ୍ତ ଅନେକ ବିକାଶ ମୂଳକ କାର୍ଯ୍ୟ କଛପ ଗତିରେ ଚାଲିଛି।ଏହାର ତଦାରଖ ନାହିଁ କି ଅଧିକାରୀଙ୍କ ଭୁକ୍ଷେପ ନାହିଁ।ଭାଷଣ ବାଜିରେ ଖଣ୍ଡପଡା ବିକାଶ ଚାଲିଥିବା ବେଳେ ଏଠାରେ ଗାଦି ମାଡିବସିଥିବା ପ୍ରଶାସନିକ ଅଧିକାରୀଙ୍କ ର ମଧ୍ୟ ବଦଳି ହେଉନି। ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଗୋଟିଏ ସ୍ଥାନରେ ହିଁରହିଛନ୍ତି ଅଧିକାରୀ।ଦୁଇଟି ବ୍ଲକ ର ଶିକ୍ଷା ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ।ଦୁଇଟି ବ୍ଲକ ଉଚ୍ଚଶିକ୍ଷା ପାଇଁ ନିର୍ଭରଶୀଳ ପଠାଣିସାମନ୍ତ ମହାବିଦ୍ୟାଳୟ ଏକ ମାତ୍ର ଭରସା ଯୋଗ୍ୟ ମହାବିଦ୍ୟାଳୟ ।  ଆଜି ପର୍ଯ୍ୟନ୍ତ ଏହାକୁ ଅଟୋନମସ ମାନ୍ୟତା ମିଳିନାହିଁ।ସେହିଭଳି ନୀଳମାଧବ କ୍ଷେତ୍ର କଣ୍ଟିଲୋ ଓ ଭାପୁର କୁ ଏନଏସି ମାନ୍ୟତା ପ୍ରଦାନ କୁ ଆଦୌ ଦୃଷ୍ଟି ଦିଆ ଯୌନାହିଁ।ଖଣ୍ଡପଡା ଓ ଭାପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳିତ।ଜିଲ୍ଲା ର ଅନ୍ୟନିର୍ବାଚନ ମଣ୍ଡଳୀ ତୁଳନାରେ ଏହା ୧୦ବର୍ଷ ପଛୁଆ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।ଖଣ୍ଡପଡା ବ୍ଲକ ର ବହୁ ଆଦିବାସୀ ଅଂଚଳ ଏବେ ବି ବିକାଶ ଠାରୁ ବହୁତ ଦୂରରେ। ଅଞ୍ଚଳରେ ମାଫିଆ ମାନେ ପଥର,ମୋରମ ଚୋରା ଚାଲାଣ କରି  ମାଲେମାଲ ହେଉଛନ୍ତି।ଖଣ୍ଡପଡାଠାରୁ କଣ୍ଟିଲୋ ପୁର୍ତ୍ତୃ ବିଭାଗ ରାସ୍ତା ,ଖଣ୍ଡପଡା ଠାରୁ ବାଘମାରି ପୁର୍ତ୍ତ ବିଭାଗ ରାସ୍ତା ଅବସ୍ଥା ଅବହେଳା ର ପ୍ରମାଣ। ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହୋଇନାହିଁ।ଯୋଗୀ ଯୋଗିଆଣି ପିଠ ,ଉମାଦେବୀ ପୀଠ ,ଗୋକୁଳାନନ୍ଦ ଜୀଉ ପୀଠ,ଅବସ୍ଥା ଦିନ କୁ ଦିନ ଶୋଚନୀୟ ହୋଇଚାଲିଛି ।   ବିରାଟ ଜଳାଶୟ ଏବେ ଦଳଭର୍ତି ହୋଇ ମଶା ମାନଙ୍କର ଏନ୍ତୁଡ଼ିଶାଳ ସାଜିଛି।କେବେ ଖଣ୍ଡପଡା ଓ ଭାପୁର ବାସିନ୍ଦାଙ୍କ ଭାଗ୍ୟବଦଳିବ ତାହାକୁ ଜନସାଧାରଣ ଚାହିଁ ବସିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୧/୨୦୨୩---୧୦,୫୦  Sakhigopal News,7/1/2023

ads

Blog Archive

Popular Posts