ads

Breaking News

ସୁରୁତ ସହରକୁ କାମ କରିବାକୁ ଯିବାବେଳେ ଭୀମସେନ ନିଖୋଜ : ସ୍ୱାମୀକୁ ନ ପାଇ ସ୍ତ୍ରୀ ଆଖିରୁ ସୁଖୁନିଲୁହ


 
ବରଗଡ଼---- ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବେଣା ଗାଡ଼ିଆ ପଞ୍ଚାୟତର କାଦୁଆ ଗାଁରେ।  ଗାଁର ଭୀମସେନ ରାଉତ ମୂଲ ଲାଗିବା ନିମନ୍ତେ ଗତ3ତାରିଖରୁଘରୁ ଯାଇଥିଲେ। ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ ଯୋଗେ ସୁରୁତ ଅଭିମୁଖେ ଯାତ୍ରା କରିଥିଲେ। ଟ୍ରେନଟି ନାଗପୁର ଷ୍ଟେସନ ପହଁଚିବା ବେଳକୁ ତାମିଲନାଡୁ ରେ କାମ କରୁଥିବା ସାନପୁଅ ଛବିନ୍ଦ୍ର ବାପା ସାଙ୍ଗରେ ଫୋନରେ କଥା ବାର୍ତ୍ତା ହୋଇଥିଲେ।କିନ୍ତୁ ଏହି ଫୋନ ଶେଷ ଫୋନ ହିଁଥିଲା।କିନ୍ତୁ ତାପରେ ଆଉ ଫୋନ ନଥିଲା।ସୁରତ ରେକାମ କରୁଥିବା ବଡ଼ପୁଅ ବିଦେଶୀ ରାଉତ ମଧ୍ୟ ବାପା ସାଙ୍ଗରେ କଥାନହୋଇ ସୁରତରେ ଚାହିଁ ବସିଛନ୍ତି । କିନ୍ତୁ ବାପାଙ୍କ ଦେଖା ନାହିଁକି ସୁରତ ଷ୍ଟେସନରେ ଓଲ୍ହାଇ ଛନ୍ତି କି ନାହିଁଖୋଜ ଖବର ନାହିଁ।ଦୀର୍ଘ11ଦିନ ହେଲା ଭୀମସେନଙ୍କ ପତା ମିଳୁନଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନୟାନ୍ତ ହେଲେଣି । କିନ୍ତୁ ଏପଟେ ଭୀମସେନଙ୍କ ନିଖୋଜ ଘଟଣାରେ ଘରେ ସ୍ତ୍ରୀ ଆଖିରୁ ଲୁହ ଶୁଖୁନି କି ଚୁଲି ଜଳୁନି।ଘଟଣା ସମ୍ପର୍କରେ ମଝିଆଁ ପୁଅ ପଙ୍କଜ ରାଉତ ଖଣ୍ଡପଡ଼ା ଥାନା, ନୟାଗଡ଼ ଜିଲ୍ଲା ଲେବର ଅଫିସରଙ୍କୁ ବାପାଙ୍କ ସନ୍ଧାନ ନିମନ୍ତେ ଆକୁଳ ନିବେଦନ କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୧/୨୦୨୩---୭,୧୫ Sakhigopal News,14/1/2023

ads

Blog Archive

Popular Posts