ads

Breaking News

ଗଣିଆ ବ୍ଲକ ରେ ବିଜୁ ଜନତାଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ. ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାବେଶ




  ନୟାଗଡ଼ -ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ବିଜୁଜନତା  ପକ୍ଷରୁ୨୬ବର୍ଷପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟ ରୁ ବାହାରି ଗଣିଆ ବଜ଼ାର ପରିକ୍ରମା କରି  ଗଣିଆ ଚଉବଙ୍ଗ ତୋଟା ରେ ଏକ ବିଜେଡି ଶୋଭାଯାତ୍ରା ପହଞ୍ଚିଥିଲା। ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜୁଜନତା ଦଳ ସଭାପତି ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଦକ୍ଷ ଏବଂ ମେଳାପୀ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଗଣିଆ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ଜ଼ିଲ୍ଲାପରିଷଦ ସଭ୍ୟ ନରେଶ ବେହେରା, ପୂର୍ବତନ ଚେୟାରମ୍ୟାନ ଶ୍ରୀ ସଦାଶିବ ମିଶ୍ର, ଶେଷଦେବ ସ୍ୱାଇଁ ଙ୍କ ସମେତ ଗଣିଆ ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଦଶପଲ୍ଲା ବ୍ଲକ ଅଧକ୍ଷ, NAC ଚେୟାରମ୍ୟାନ, ନୂଆଗାଁ ଅଧକ୍ଷ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ରହିଥିଲେ।ଏହି ସମାବେଶ ରେ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଲୋକ ମାନଙ୍କୁ ସଚେତନ କରିଥିଲେ ବିଧାୟକ ଶ୍ରୀ ବେହେରା। ଏହି ସମାବେଶ ରେ ଦଶପଲ୍ଲା ବ୍ଲକ ଓ ନୂଆଗାଁ ବ୍ଲକ ରୁ ଅଧିକାଂଶ ଲୋକ ମାନଙ୍କୁ ଦେଖିବାକୁ ମିଳିଥିଲା ।ସମାବେଶ ରେ 5000ରୁ ଉର୍ଦ୍ଧ  ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୧/୨୦୨୪----୭,୨୦ Sakhigopal News,14/1/2023

ads

Blog Archive

Popular Posts