ଖୁଣ୍ଟଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଷୋଡଶତମ ବାର୍ଷିକ ଉତ୍ସବ ପାଳିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତର ଖୁଣ୍ଟଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଷୋଡଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଜନତାଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ବକ୍ତା ଭାବେ ବରଗଡ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ସମ୍ପାଦକ ପ୍ରକାଶ ଚନ୍ଦ୍ର ପୁରୋହିତ। ସମସ୍ତ ଅତିଥି ମାନଙ୍କୁ ପୁଷ୍ପମାଲ୍ଯ ଓ ଉପଢୌକନ ପ୍ରଦାନ କରଯାଇ ସମ୍ମାନୀତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶଙ୍ଖ ରଷଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ଅଭିଭାଷଣ ରେ ଶିଶୁ ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ମା ଓ ଗୁରୁଜନ ଙ୍କ ମାର୍ଗଦର୍ଶନ ର ଉପରେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସଭାପତି ସଂଜୀବ କୁମାର ମିଶ୍ର ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସଦସ୍ୟା ଶ୍ରୀମତୀ ପ୍ରୀତିମୟୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଭାଇଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବରେ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ଗୁରୁଜୀ, ଗୁରୁମା, ସେବକ, ସେବିକା ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧/୨୦୨୩----୭,୧୦ Sakhigopal News,14/1/2023




