ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ପକ୍ଷରୁ କଳାଦିବସ ପାଳନ
ସାକ୍ଷୀଗୋପାଳ,------ ସ୍ଥାନୀୟ ଚନ୍ଦନପୁରଠାରେ ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ପକ୍ଷରୁ କଳାଦିବସ ପାଳନ ହୋଇଯାଇଛି । ଚାଷପଡା, ଚନ୍ଦନପୁର, ବସନ୍ତମାଳ, ସାଖିଗୋପାଳ, ସାରଙ୍ଗଯୋଡି, ବିରପ୍ରତାପପୁର ଓ ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘ ସହଯୋଗରେ ୬୦ତମ କଳାଦିବସ ପାଳନ କରାଯାଇଛି। ଏଥିରେ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀ ଦାମୋଦର ସାହୁ ପତାକା ଉତ୍ତୋଳନ କରିଥିଲେ। ମହାସଂଘର କାର୍ଯ୍ୟକାରିଣୀ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ, ଉପଦେଷ୍ଟା ବାମନ ଚରଣ ପୃଷ୍ଟି, ଚନ୍ଦନପୁର ସଙ୍ଘର ସଞ୍ଜୟ କୁମାର ଦାସ, ବିଜୟ କୁମାର ଦାସ, ଶିଶିର କୁମାର ସାହୁ, ଉମାକାନ୍ତ ସାହୁ, କୈଳାସଚନ୍ଦ୍ର ସାହୁ, ଗୋପାଳଚନ୍ଦ୍ର ସାହୁ, ବ୍ରଜବନ୍ଧୁ ବେହେରା, ଶ୍ରୀଧର ସାହୁ, ଭରତ ବେହେରା, ବେଣୁଧର ସାହୁଏବଂ ଅନେକ କାରୀଗର ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ। ସଭାକାର୍ଯକୁ ମହାସଂଘ ର କାର୍ଯ୍ୟକାରିଣୀ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ମହାସଙ୍ଘର ସଭାପତି ଶ୍ରୀ ରମେଶ ଚନ୍ଦ୍ର ସାଥୁଆ ଓସହ ସମ୍ପାଦକ ଅକ୍ଷୟ କୁମାର ସାଥୁଆ ଭିଡ଼ିଓ କନଫରେନିସ ମାଧ୍ୟମରେ ଯୋଗଦେଇ କାରିଗର ମାନଙ୍କ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ ।ଏବଂ କାରୀଗର ମାନଙ୍କ ଦାବି ଗୁଡିକୁ ସରକାରଙ୍କ ନିକଟରେ ମିଡ଼ିଆ ଭାଇମାନଙ୍କ ମାଧ୍ୟମରେ କିପରି ପହଂଚାଯାଇପାରିବ ତାହାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୦/୧/୨୦୨୩-----୧୦,୧୦ Sakhigopal News,10/1/2023



