ବ୍ରୋଞ୍ଜ ପଦକ ପାଇଲେ ବିର୍ଲା ସ୍କୁଲର ସୁନା ଝିଅ ଶ୍ରେଷ୍ଠା
ଜଟଣୀ :---ଚମକିଲେ ବିର୍ଲା ସ୍କୁଲ ର ସୁନା ଝିଅ ଶ୍ରେଷ୍ଠା । ଆଜି ରାଞ୍ଚି ଠାରେ ଅନୁଷ୍ଠିତ ସିବିଏସଇ ଜାତୀୟ ସୁଟିଂ ପ୍ରତିଯୋଗିତାରେ ହାସଲ କଲେ ବ୍ରୋଞ୍ଜ ପଦକ ଶ୍ରେଷ୍ଠା ।
ସୂଚନା ମୁତାବକ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଅବସ୍ଥିତ ଆଦିତ୍ୟ ବିର୍ଲା ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠା ଶର୍ମା ଜାତୀୟ ସିବିଏସଇ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।ଝାଡ଼ଖଣ୍ଡ ର ରାଜଧାନୀ ରାଞ୍ଚି ଠାରେ ଏହି ସୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 17 ବର୍ଷରୁ କମ ଏହି ପ୍ରତିଯୋଗିତାରେ ସାରା ଦେଶର ପ୍ରାୟ 400 ରୁ ଅଧିକ ସିବିଏସଇ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ । ସ୍ଥାନୀୟ ଆଦିତ୍ୟ ବିର୍ଲା ସ୍କୁଲର ଦୁଇଜଣ ଶ୍ରେଷ୍ଠା ଶର୍ମା ଏବଂ ଅନ୍ୱେଷ ପଟ୍ଟନାୟକ ଏହି ଜାତୀୟ ସୁଟିଂ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ ।ସୁଟିଂ ରେ ଶ୍ରେଷ୍ଠା ବ୍ରୋଞ୍ଜ ପଦକ ପାଇଥିବା ବେଳେ ଅନ୍ୱେଷ 5ମ ସ୍ଥାନରେ ରହିଥିଲେ ।
ଭୁବନେଶ୍ୱର ବୈଷ୍ଣମାତା ବିହାର ବାସିନ୍ଦା ଅମ୍ରିତା ମହାପାତ୍ର ଙ୍କ ଝିଅ ଶ୍ରେଷ୍ଠା ଶର୍ମା କଳିଙ୍ଗ ଷ୍ଟାଡିୟମ ରେ ଥିବା "ଓଡିଶା ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ରେଞ୍ଜ" ଠାରେ ତାଲିମ ନେଉଛନ୍ତି । ଶ୍ରେଷ୍ଠା ଙ୍କର ଏହି ସଫଳତାକୁ ନେଇ ବିର୍ଲା ସ୍କୁଲର ପ୍ରିନ୍ସିପାଲ ଲକ୍ଷ୍ମୀ ନାରାୟଣ ଦାଶ ଶୁଭେଚ୍ଛା ଜଣାଇଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୩---୮,୧୫ Sakhigopal News,15/1/2023



