ads

Breaking News

ବିଜୟ ମଣ୍ଡପ ଠାରେ ୧୨ତମ ରକ୍ତଦାନ ଶିବିର ଅନୁଷ୍ଠିତ

 
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ର ସ୍ଵେଚ୍ଛାସେବୀ ଅନୁଷ୍ଠାନ "ଅମୃତ କୁଟୁମ୍" ର ରାମଲୀଳା ମହୋତ୍ସବ ଉପଲକ୍ଷେ ବିଜୟ ମଣ୍ଡପ ଠାରେ ୧୨ତମ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଅମୃତ କୁଟୁମ୍ ର ସଭାପତି ଆନନ୍ଦ ସୁନା ।ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ସୁନାମଧନ୍ୟ ମଞ୍ଚ ଅଭିନେତା ତଥା ଭେଡେନ ରାମଲୀଳା ମହୋତ୍ସବ ର ରାବଣ ଜଗଦାନନ୍ଦ ମିଶ୍ର ଯୋଗ ଦେଇ ଫିତା କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।  ମା ସମଲେଶ୍ଵରୀ ଙ୍କ ପ୍ରତିଛବି ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।  ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଭେଡେନ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନମାଳୀ ଦାଶ, ଭେଡେନ ମହାବିଦ୍ୟାଳୟ ର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ରଞ୍ଜନ କୁମାର ଦାସ ଓ ରେଶମ ପଶୁପାଳନ ବିଭାଗର ଅଭିରାମ ନାଗ ଯୋଗଦେଇଥିଲେ। ମୁଖ୍ୟ ଅତିଥି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଅମୃତ କୁଟୁମ୍ ର ସମ୍ପାଦକ ଭୀଷ୍ମଦେବ ସିଂ ଉପସ୍ଥିତ ଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ଗାୟତ୍ରୀ କାଲୋ, ଲାଲୁ ବିଶ୍ଵାଳ, କରୁଣା କର ସାହୁ, ଜନକ ବେହେରା, ସଂଜୀବ ବେହେରା, ପାଏନୁ ଭୋଇ ଯୋଗ ଦେଇ ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ଦୁଇଜଣ ଦମ୍ପତି ମୁକେଶ ବେହେରା  ଧର୍ମପତ୍ନୀ ପ୍ରମୋଦିନୀ ବେହେରା ଓ ଭୋଲାନାଥ ମେହେର ଧର୍ମପତ୍ନୀ ଜ୍ୟୋତିର୍ମୟୀ ମେହେର, ଜଣେ ମୁକ, ବଧିର ସ୍ଵେଚ୍ଛାସେବୀ ଦୀପକ ବେହେରା ସମେତ ୪୦ ଜଣ ପୁରୁଷ ୧୫ ଜଣ ମହିଳା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଲଲିତ କୁମାର ସାହୁ। ଏଥିରେ ଅମୃତ କୁଟୁମ, କୋଶଲ ସେନା, ପଶ୍ଚିମ ଓଡିଶା ଯୁବାମଞ୍ଚ, ମାହେଶ୍ଵରୀ ସେନା ଓ ଜ୍ଞାନ ଡିଫେନ୍ସ ଏକାଡେମୀ ର ସମସ୍ତ ସଦସ୍ୟ,ସଦସ୍ୟା ମାନେ ଉପସ୍ଥିତ ରହି  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।  ଧନ୍ୟବାଦ ଅର୍ପଣ କରିଥିଲେ ଭବାନୀ ଶଙ୍କର ପାଢୀ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧/୨୦୨୩----୮,୨୫ Sakhigopal News 15/1/2023

ads

Blog Archive

Popular Posts