ads

Breaking News

୬୧ ତମ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ଦୁଇ ଦିନିଆ ସମ୍ମିଳନୀ



ଜଟଣୀ---ଜଟଣୀ ରେତଙ୍ଗ କଲୋନୀ ଠାରେ ଥିବା ମାତୃ ଭବନ ଠାରେ ୬୧ ତମ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ଦୁଇ ଦିନିଆ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି l ଶନିବାର ସକାଳୁ ପ୍ରଥମେ ଅଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା। ଶ୍ରୀତନୁ ସ୍ମାରକୀ ପୀଠରେ ଜଟଣୀ ମାତୃଭବନର ସଭାପତି ଭମରବର ମହାପାତ୍ର ଓ ସମ୍ପାଦକ ମାତୃ ପ୍ରସାଦ ପାଣିଙ୍କ ଉପସ୍ଥିତରେ ସମାଧି ପୀଠରେ ଧୂପ, ପୁଷ୍ପ ଅର୍ପଣ କରାଯାଇଥିଲା । ପରେ ମାତୃଭବନ ଅପା ଭାଇ ମାନଙ୍କ ଦ୍ୱାରା ''ଶାରୀରିକ ଓ ପ୍ରାଣିକ  ତପସ୍ୟା '' ବିଷୟ ଉପରେ ଦଳଗତ ଆଲୋଚନା କରଯାଇଥିଲା।  ରବିବାର ଦିନ " ମାନସିକ ତପସ୍ୟା '' ଉପରେ ଆଲୋଚନା କରାଯାଇ , ନୂତନ ଜାତୀୟ ଶିକ୍ଷାନୀତି 2020  ଶ୍ରୀଅରବିନ୍ଦଙ୍କର ଶିକ୍ଷାଦର୍ଶନ ର ପ୍ରତି ଫଳନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।  ସନ୍ଧ୍ୟାରେ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଶେଷରେ ସମସ୍ତ ମାତୃ ପ୍ରେମୀ ମାନଙ୍କ ପାଇଁ ପ୍ରସାଦ ସେବନର ବନ୍ଧବସ୍ତ କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୩----୮,୧୦ Sakhigopal News,15/1/2023

ads

Blog Archive

Popular Posts