ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମ ପରିବର୍ତ୍ତନ କରି ସତ୍ୟବାଦୀ ବନ ବିଦ୍ୟାଳୟ ନାମକରଣ ପାଇଁ ଦାବି
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀର ସେଇ ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାହା ଉତ୍କଳମଣିଙ୍କ ହାତ ଗଢା କାରଖାନା ରୂପେ ସର୍ବତ୍ର ପରିଚିତ । ତାହା ଦିନେ ଜାତୀୟ ବିଦ୍ୟାଳୟର ମାନ୍ୟତା ପାଇଥିଲା । ସେତେବେଳେର ନାମକରଣ ଥିଲା ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ। କ୍ଷୋଭ ଓ ପରିତାପର ବିଷୟ ଜାତୀୟ ବନ ବିଦ୍ୟାଳୟ ନାମକୁ କିପରି ପରିବର୍ତନ କରାଯାଇ କେବେଠାରୁ କାଗଜ କଲମରେ ସରକାରୀ ସ୍ତରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଲେଖା ଯାଇଛି । ଯେଉଁଥିପାଇଁ ଅଂଚଳ ବାସୀ,ପୁରାତନ ଛାତ୍ରମାନେ ଓ ଅବସରପ୍ରାପ୍ତ ଶିକ୍ଷକ, ପଞ୍ଚସଖା ପ୍ରେମୀ ଓ ଗୋପବନ୍ଧୁ ପ୍ରେମୀ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯେଉଁ ଗ୍ରାମ କୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବହୁ ଶିଘ୍ର ଏହା ଉଦଘାଟନ କରାଯିବ। ଉକ୍ତ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଏନ୍ତୁଡ଼ିଶାଳ । ମାତ୍ର ଗୋପବନ୍ଧୁ ଙ୍କ କର୍ମପୀଠ ,ମଣିଷ ଗଡା କାରଖାନା କହିଲେ ଭୁଲ ହେବନାହିଁ ଏହା ସହିତ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସ୍ଥାନ ଏହି ବିଦ୍ୟାଳୟ ପରିସରରେ ରହିଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରୁ ଅତିତରେ ଅବସର ନେଇଥିବା ଶିକ୍ଷକ ଅଶୋକ ପ୍ରଧାନ,ବନମାଳି ବେହେରା,ହରିବନ୍ଧୁ ପ୍ରଧାନ,ପ୍ରସନ୍ନ ରଥ,ପ୍ରଭାତ ଚନ୍ଦ୍ର ରଥ ସମେତ ବିଦ୍ୟାଳୟରୁ ନିକଟରେ ପଦୋନ୍ନତି ପାଇ ଅନ୍ୟତ୍ର ଯୋଗେଇଥିବା ଶ୍ରୀମତି ଭବମ୍ ପ୍ରଧାନ,ବିଜୟ କୁମାର ପରିଡା,ସତ୍ୟବାଦୀ ଦାଶ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ବିଦ୍ୟାଳୟ ପରିସରରେ ଏକଯୁଟ ହୋଇ ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ ନାମକରଣକୁ ପୁନଃ ଉଦ୍ଧାର କରାଯିବାକୁ ପ୍ରସ୍ଥାବ ଦେଇଛନ୍ତି। ଉପସ୍ଥିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ନକୁଳ ସାହୁ,ଲୀନା ମହାପାତ୍ର ଓ ବସନ୍ତ କୁମାର ମହାନ୍ତି ଆଦି ପୂର୍ଣ୍ଣ ସହମତି ଦେଇଥିଲେ।ଶେଷରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମକୁ ପରିବର୍ତିତ କରି ରାଜ୍ୟ ସରକାର ଏହାର ଗୌରବମୟ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବେ ଯାହା ନାମକରଣ ଥିଲା ଜନ ମାନସରେ ସତ୍ୟବାଦୀ ବନ ବିଦ୍ୟାଳୟ। ସରକାରଙ୍କ ଦୃଷ୍ଟି ଆକର୍ଷଣ ସ୍ବରୂପ ଉକ୍ତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ସତ୍ୟବାଦୀ ବନ ବିଦ୍ୟାଳୟ ନାମକରଣ ବିଜ୍ଞପ୍ତି ଜାରି କରି ଦୃଷ୍ଟି ଆକର୍ଷଣ କରାଇବାକୁ ପ୍ରେସ୍ ମିଡିଆ ଜରିଆରେ ସମୂହ ଅବସରପ୍ରାପ୍ତ ଶିକ୍ଷକ ଓ ସ୍ଥାନାନ୍ତରଣ ହୋଇଥିବା ଶିକ୍ଷକ ମାନେ ଏବଂ ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଅନୁରୋଧ କରିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୧/୨୦୨୩----୮,୧୦ Sakhigopal News,11/1/2023




