ads

Breaking News

୯୬ ଘଣ୍ଟା ପରେ ମଧ୍ଯ ଖୋଲିଲାନି ମଣ୍ଡି, ଖୋଲା ଆକାଶ ତଳେ ପଡି ରହିଛି ଧାନ ବସ୍ତା, ପ୍ରଶାସନ ନୀରବଦ୍ରଷ୍ଟା

 


ଓଡ଼ଗାଁ:- ୯୬ ଘଣ୍ଟା ହୋଇଗଲା, କୁରାଳ ସୋସାଇଟି ଧାନ ମଣ୍ଡି ଖୋଲିଲା ନାହିଁ। ସ୍ଥାନୀୟ ପ୍ରଶାସନ ଏବେ ବି ନୀରବଦ୍ରଷ୍ଟା ସାଜିଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏବେ ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ଧରାପଡିଯାଇଛି ।  ଆଜି କୁରାଳ ସୋସାଇଟିରେ ତାଲା ଝୁଲୁଥିବା ଦେଖାଦେଇଛି। ଚାଷୀ ସେପଟେ ଧାନ ବିକ୍ରୟ ପାଇଁ ସବୁଦିନ ସକାଳୁ ସଂନ୍ଧ୍ଯା ପର୍ଯ୍ୟନ୍ତ ସୋସାଇଟି କୁ ଧାଉଁଛି । କିନ୍ତୁ କୁରାଳ ସୋସାଇଟି ରେ ତାଲା ଝୁଲୁଥିବା ଦେଖି ଫେରି ଆସୁଛି। ମୁକ୍ତାକାଶରେ ଶୀତ କାକର, ଖରାରେ ପଡି ରହିଛି ଚାଷୀଙ୍କ ବର୍ଷଯାକର ପରିଶ୍ରମ। ପରିଶ୍ରମର ଫଳ ପାଇବା ପାଇ ଧାନକୁ ବିନା କଟନୀଛଟନୀ ରେ କ୍ରୟ କରିବା ପାଇଁ ଚାଷୀ ଚାହିଁ ରହିଛି। କିନ୍ତୁ ସେପଟେ ସୋସାଇଟି ସମ୍ପାଦକ, ମିଲର୍, ଓ ରାଜନେତାଙ୍କ ଭାଗ ଛିଡୁନଥିବା ବେଳେ ଚାଷୀଙ୍କ ବେକରେ ଦା' ରଖି ଚାଷୀଙ୍କୁ ଦିନବେଳା ଲଣ୍ଠନ ଦେଖାଯାଉଛି। 
                    ଆଜି କୁରାଳ ପାକ୍ସରେ ତାଲା ଝୁଲୁଥିବା ସମ୍ପର୍କରେ ସୋସାଇଟି ସଭାପତି କାହ୍ନୁଚରଣ ପଣ୍ଡାଙ୍କୁ ପଚାରିବାରେ, " ସୋସାଇଟି ତାଲା ଖୋଲିବା ପିଅନର କାମ କିନ୍ତୁ ପିଅନ ଓ ସୋସାଇଟି ସଂପାଦକ କେହି ସୋସାଇଟି ନଆସି ନୟାଗଡ଼ ଯାଇଥିବାରୁ ତାଲା ଝୁଲୁଛି।  ସେ ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିବା କହିଥିବା ବେଳେ, ସଂପାଦକ ଭଗବାନ ଭଞ୍ଜ କହିଛନ୍ତି ।ଦୀର୍ଘ ଦିନ ଧରି କୁରାଳ ସୋସାଇଟିରେ ପାଟିତୁଣ୍ଡ ପାଇଁ ସେ ଫିଲ୍ଡ ଅଫିସରଙ୍କୁ ନୟାଗଡ଼ ଗୁହାରି କରି ଯାଇଥିବା ସଫେଇ ଦେଇଛନ୍ତି।
                ଲଗାତାର ୪ଦିନ ଧରି କୁରାଳ ସୋସାଇଟି ଅଙ୍କ ଛିଡୁନଥିବା ବେଳେ, ମିଲର୍ ସୋସାଇଟି ସମ୍ପାଦକ ମଧ୍ଯରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ଉଭୟଙ୍କ ମଝିରେ ବିଚରା ନିରିହ ଚାଷୀ ବଳି ପଡିଯାଉଛି। ସେପଟେ ଟୋକେନ ଶେଷ ତାରିଖ ସରିସରି ଆସୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଦେଖିବାକୁ ବାକି ରହିଲା କେବେ ସୋସାଇଟି ମଣ୍ଡି ଖୋଲୁଛି, ଧାନ କେବେ ଉଠୁଛି ତାହା ଦେଖିବା କୁ ରହିଲା। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୯/୧/୨୩ ----୯,୧୦ Sakhigopal News,9/1//2023

ads

Blog Archive