ads

Breaking News

ଘରୋଇକରଣକୁବିରୋଧ, ଖଣ୍ଡପଡ଼ା ବିଜ୍ଞାପିତ କାର୍ଯାଳୟ ସମ୍ମୁଖରେ୧୨ ଦିନରେସଫେଇ କର୍ମଚାରୀଙ୍କ ଧାରଣା ପହଞ୍ଚିଲା

 
ନୟାଗଡ଼: ଖଣ୍ଡପଡା ସହରାଞ୍ଚଳରେ ସଫେଇ କର୍ମଚାରୀ ସମୂହ ପରିମଳ କାର୍ଯ୍ୟ ଘରୋଇକରଣ କୁ ବିରୋଧ କରି ୧୨ ଦିନ ହେଲା କାର୍ଯ୍ୟଳୟ ପରିସରରେ ଅହୋରାତ୍ର ଧାରଣା ରେ ବସିଛନ୍ତି।  ସମଗ୍ର ସହରାଞ୍ଚଳ ଅଳିଆ ଆବର୍ଜନା ରେ ପୋତି ହୋଇ ପଡ଼ିଥିବା ଦେଖାଯାଇଛି। ରଥଗଡ଼ା ଛକଏବଂ ମେଡ଼ିକାଲରାସ୍ତା ଓଷ୍ଟେଟବ୍ୟାଙ୍କ ସମ୍ମୁଖରେ ପଡିରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। । ଦୀର୍ଘ ୧୨ ଦିନ ହେବ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କରୁଥିବା ଯୋଗୁଁ ସମଗ୍ର ୧୩ ଗୋଟି ୱାର୍ଡ ରେ ରାସ୍ତା ସଫା ହେଉ ନଥିବାରୁ ସମଗ୍ର ସହରର ରାସ୍ତାଘାଟ , ସାହିବସ୍ତି ଆବର୍ଜନାମୟ ହୋଇପଡିଛି ।  ପରିମଳ ସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି।                        ସୂଚନାଯୋଗ୍ୟ ଯେ ସଫେଇ କର୍ମଚାରୀ ମାନେ ତାଙ୍କର ନ୍ୟାର୍ୟ୍ଯ ଦାବି ପୂରଣ ପାଇଁଦୀର୍ଘ12ଦିନ ଧରି ରାତିଦିନ ବିଂଜ୍ଞାପିତ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଧାରଣା ସ୍ଥଳକୁଆସି ନଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି । ଦିଗରେଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି। କଟକ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨, ୯,୫୦   Sakhigopal News,6/9/2022

ads

Blog Archive

Popular Posts