ads

Breaking News

ଗଣ ଯୋଗାଯୋଗ ବିଭାଗର ଆଲୋଚନାଚକ୍ର



ଭଞ୍ଜନଗର, -- -ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆଜି ଯୁକ୍ତ ୩ ପାଠ ପଢା ସରିବା ପରେ ବିଭାଗୀୟ ଛାତ୍ରୀ ଛାତ୍ର ମାନେ ଭବିଷ୍ୟତ କିଭଳି ଗଠନ କରିବେ ସେନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ବାବୁଲା ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଚଳିତ ବର୍ଷ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଟପ୍ପର ହୋଇଥିବା ବିଭାଗୀୟ ଛାତ୍ର ରଘୁନନ୍ଦନ ପଟ୍ଟନାୟକ ସମେତ ଅନ୍ୟ ଛାତ୍ରୀ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଏଥିସହ ନିକଟରେ ଅବସର ନେଇଥିବା ଏହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ, ମୁଖ୍ଯ କିରାଣୀ ଏସ୍ ଛାୟା ରାଓ, ପିଅନ ରଙ୍କ ନିଧି ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା। ଛାତ୍ରୀ ସୁଭ ସ୍ମିତା ଗୌଡ, ମାମାଲି ନାୟକ,ସରିତା ନାୟକ, ପୂଜା ବିଶୋଇ, ଶ୍ରଦ୍ଧା ସ୍ୱାଇଁ, ଛାତ୍ର ରଘୁନନ୍ଦନ ପଟ୍ଟନାୟକ, ଜଗନ ଦାସ,ପ୍ରିୟ ରଞ୍ଜନ ଷଡଙ୍ଗୀ,ବାବୁ ରଥ, ଅଂଶୁଜିତ ଗୌଡ, ସାଇ ଆଦିତ୍ୟ ଜେନା, ସାଇ ଆଦିତ୍ୟ ରାଉତ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଛାତ୍ରୀ ସାଗରିକା ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।  ଗଣେଶ ନାୟକ,  ଜଗନ ବାରିକ, ଶିବ ରଣା, ଅନିଲ ବିଶୋଇ, କାହ୍ନୁ ଦିହୁଡି ,ସଂଗ୍ରାମ ସାହୁ,  ଗୁରୁ ନାୟକ, ପ୍ରବିଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୯/୨୦୨୨----୮,୫୦ Sakhigopal News,2/9/2022

ads

Blog Archive

Popular Posts