ads

Breaking News

ମାହେଶ୍ଵରୀ ସେନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ର ପାତ୍ରପାଲି ସେବାଶ୍ରମ ବିଦ୍ୟାଳୟରେ ଠାରେ ମାହେଶ୍ଵରୀ ସେନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ତାଲମେଣ୍ଡା ସରପଞ୍ଚ ସନ୍ତୋଷିନୀ ଦାଶ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। ଏଥିରେ ଦୁଇଜଣ ମହିଳା ସନ୍ତୋଷିନୀ ଦାଶ, ନୀତୁ ଦେହେରୀ ସମେତ ୪୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ରାଜନ ତିର୍କୀ, ଲାଲୁ ବିଶ୍ବାଲ, କରୁଣାକର ସାହୁ, ଗଣେଶ ପ୍ରଧାନ, ସୁଶାନ୍ତ କୁମ୍ଭାର ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ମାହେଶ୍ଵରୀ ସେନା, ଅମୃତ କୁଟୁମ୍, କୋଶଲ ସେନା ର ସମସ୍ତ ସଦସ୍ୟ ଓ ଦେହେରୀପାଲି ଗ୍ରାମବାସୀ ମିଳିତ ଭାବେ ସହଯୋଗ କରିଥିଲେ। ଶେଷରେ ତାଲମେଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଅଶ୍ଵିନୀ ଦାଶ ଓ ମାହେଶ୍ଵରୀ ସେନା ପକ୍ଷରୁ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୯/୨୦୨୨---୮,୪୦ Sakhigopal News,12/9/2022

ads

Blog Archive

Popular Posts