ଜାତୀୟ ରକ୍ତଦାନ ଦିବସ ପାଳିତ.. ରକ୍ତଦାନ କ୍ଷେତ୍ରରେ ଅଧିକ ମହିଳା ସାମିଲ ଉପରେ ଗୁରୁତ୍ୱ
ଭଞ୍ଜନଗର ---- ରକ୍ତଦାନ ଏକ ମହାନ ପୁଣ୍ୟ କାମ । ରକ୍ତଦାନ ଦାନ କରି ଆପଙ୍କ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଉଛନ୍ତି। କିଭଳି ଅଧିକରୁ ଅଧିକ ସଚେତନ ହୋଇ ସ୍ବେଛାକୃତ ଭାବେ ଆସି ରକ୍ତଦାନ ପ୍ରକ୍ରିୟା ରେ ନିଜକୁ ସାମିଲ କରିବେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷତ୍ୱ କିଭଳି ମହିଳା ମାନେ ଏହି ରକ୍ତଦାନ ରେ ଅଧିକରୁ ଅଧିକ ସ୍ବେଛାକୃତ ଭାବେ ଆସି ରକ୍ତଦାନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ରିପୋର୍ଟ ଅନୁଯାୟୀ ରକ୍ତଦାନ କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ମାତ୍ର ୪ ରୁ ୫ ଭାଗ ରହିଛି |କୋଭିଡ କାଳରେ ନିରବଚ୍ଛିନ ସେବା ପାଇଁ ଡାକ୍ତରଖାନା ର ସମସ୍ତ କର୍ମଚାରୀ, ଡାକ୍ତର ଏବଂ ଅନ୍ୟ ସମସ୍ତଙ୍କୁ ଉପସ୍ଥିତ ଅଧିକାରୀ ମାନେ ପ୍ରଶଂସା କରିଛନ୍ତି । କୋଭିଡ ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ କେବଳ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଏବଂ ପ୍ରାଥମିକ ଡାକ୍ତରଖାନ ସାଧାରଣ ରୋଗୀଙ୍କ ନିମନ୍ତେ ଚିକିତ୍ସା ସୁବିଧା ଯୋଗେଇ ଦେଉଥିବା କଥା ଅଧିକାରୀ ମାନେ ଅବଗତ କରାଇଥିଲେ । ସାଧାରଣ ଜନତା, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଇତ୍ୟାଦି କିଭଳି ନିଜକୁ ସାମିଲ କରିବେ ସେଥିପ୍ରତି ଆଗ୍ରହ ବଢେଇବାକୁ ଉପସ୍ଥିତ ଅତିଥି ମାନେ ଆହ୍ୱାନ ଦେଇଛନ୍ତି । କୌଣସି ବି ରୋଗୀ ରକ୍ତ ନ ପାଇ ନିରାଶ ନ ହୋଉ ସେଥିନିମନ୍ତେ ରକ୍ତ ମହଜୁତ ରଖିବାକୁ ପଡିବ ବୋଲି ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ମତ ଦେଇଥିଲେ । ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସମେତ ମେଡିକାଲ ସୁପରୀଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି ଉପସ୍ଥିତ ଥିଲେ । ଅତିଥି ମାନଙ୍କର ପରିଚୟ ଓ ସ୍ୱାଗତ କରିଥିଲେ ହସ୍ପିଟାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ । ସ୍ୱାଗତ ଭାଷଣ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ଃ ଗୋବିଦ ଚନ୍ଦ୍ର ମହାପାତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରେଷ୍ଠ ରକ୍ତ ଦାତା ଭାବେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ବି. ଗୋବିଦ ରାଓ,କେ. ଜିତେନ୍ଦ୍ର ଦୋରା, ଚିନ୍ମୟ କୁମାର ଵେବର୍ତ୍ତା,ବିଚିତ୍ର କୁମାର ପାଣିଗ୍ରାହୀ,ଜୟକୃଷ୍ଣ ପଟ୍ଟନାୟକ,ଅଭିନାଶ କୁମାର ପାଣିଗ୍ରାହୀ,ଏବଂ ନିର୍ମଳ ଚନ୍ଦ୍ର ନାୟକ ଙ୍କୁ ମୁଖ୍ୟଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ ପ୍ରଥମେ ରକ୍ତଦାନ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୧--- ୬,୦୦
Sakhigopal News,1/10/2021




