ଫଳକ ଭଙ୍ଗାକୁ ନେଇ ଥାନାରେ ଅଭିଯୋଗ -
ଜଟଣୀ --ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ଜଟଣୀ ବିଧାୟକ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ସ୍ଥାନୀୟ ଥାନାଛକରୁ ତିରିମଲ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଏବଂ ପ୍ରଶସ୍ତିକରଣ ନିମନ୍ତେ ଶୁଭ ପକାଯାଇଥିଲା । ଥାନାଛକ ସମ୍ମୁଖରେ ବାଛରା ରାସ୍ତାକଡରେ ଥିବା ସୁପରମାର୍କେଟ ଦୋକାନଗୃହ କାନ୍ଥକୁ ଲାଗି ଏକ ଶୁଭାରମ୍ଭ ଫଳକ ସ୍ଥାପନ କରାଯାଇଥିଲା । ଉକ୍ତ ନାମ ଫଳକକୁ ମଙ୍ଗଳବାର ରାତ୍ରରେ ରାଜନୈତିକ ଦୃଷ୍ଟିକୋଣରୁ କୌଣସି ଦୁର୍ବୁତ୍ତ ଫଳକଟିକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ବିଧାୟକଙ୍କର ରାଜନୈତିକ ସଚିବରୂପେ ପରିଚିତ କଳିଙ୍ଗ କୁମାର ସାହୁ ଏକ ଲିଖିତ ଅଭିଯୋଗ ପତ୍ର ଜଟଣୀ ଥାନାରେ ପ୍ରଦାନ କରିଛନ୍ତି । ସେହି ଅଭଯୋଗ ପତ୍ରରେ ଉଲ୍ଲେଖ କରାଯାଇଅଛି ଯେ ଉକ୍ତ ସ୍ଥାନରେ ଲାଗିଥିବା ନାମ ଫଳକକୁ ବିରୋଧୀ ରାଜନୈତିକ ଦଳ ବିଜେପି କିମ୍ବା ବିଜେଡି ଦଳର ନେତୃମଣ୍ଡଳୀଙ୍କ ପ୍ରରୋଚନାରେ ଭଙ୍ଗାଯାଇଅଛି । ଉକ୍ତ ଭଙ୍ଗା ଫଳଜ ସ୍ଥାନରେ ଏକ କାଗଜରେ ଲିଖିତ "ଜଟଣୀରେ କିଛି ନକରି ଫଳକ 'ମାରୁଥିବାରୁ ଭଙ୍ଗାଗଲା ବୋଲି ଲେଖାଯାଇ ଅଠା ମରାଯାଇଅଛି । ଏଥିରୁ ଜଣାପଡେ କୌଣସି ଦଳୀୟ ନେତୃତ୍ୱଙ୍କ ପ୍ରରୋଚନାରେ ହୋଇଛି । ଓଡିଶା ସରକାରଙ୍କ ଶାସନ ଭାର ଦାୟିତ୍ୱରେ ଥିବା ଏହା ରାଜ୍ୟ ସରକାରଙ୍କ ପ୍ରତି ଏହା ଏକ ନିନ୍ଦନୀୟ ଘଟଣା ଅଟେ । ଏଣୁ ଆପଣଙ୍କୁ ଅନୁରୋଧ ଆପଣ ଯଥାଶୀଘ୍ର ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନ ଅନୁଯାଇ ଦୃଢ଼ କାଯ୍ୟନୁଷ୍ଠାନ ପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଅଛି ।
ଜଟଣୀ --ରଙ୍ଗନାଥ ବେହେରା,୭/୭/୨୦୨୧----୯,୫୦ Sakhigopal News,7/7/2021

