ads

Breaking News

କାର ପିଟିଲା ମଟର ସାଇକେଲକୁ; ଦୁଇ ଆହତ


 ସାକ୍ଷୀଗୋପାଳ----- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାତଶଙ୍ଖ ଛକରେ ଏକ କାର ମଟର ସାଇକେଲକୁ  ଧକ୍କା ଦେବାରୁ ମଟର ସାଇକେଲ ଆରୋହୀ ଦୁଇଜଣ ଗୁରୁତର ହୋଇ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ବାରମାଣ ଗ୍ରାମର ମାନସ ବିଶ୍ୱାଳ( ୩୫) , କାଳୁ ଚରଣ ବାରିକ(୩୮) ଏକ ମଟର ସାଇକେଲରେ ଦୁଇଜଣ ସାତଶଙ୍ଖ ଛକରେ ଡେଲାଙ୍ଗ ଯିବା ପାଇଁ ରାସ୍ତା ପାର ହେଉଥିଲେ । ସେ ସମୟରେ ପୁରୀ ରୁ ଭୁବନେଶ୍ୱର ଯାଉଥିବା ଓଡି, ୩୩,ୱାଇ-୭୫୭୩ କାରଟି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡିଦୁଇଟିକୁ ଜବତ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୭/୨୦୨୧---୮,୦୦=  Sakhigopal News, 7/7/2021

ads

Blog Archive

Popular Posts