ads

Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା


  ଧରାକୋଟ---ଧରାକୋଟ ଥାନା ଅନ୍ତର୍ଗତ ଝହାଡ଼ା ଗ୍ରାମରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି କାତିରେ ହାଣି  ଯୁବକଙ୍କୁ ହତ୍ୟା କରାଯାଇଛି ।ମୃତ୍ୟୁକ ଜଣକ ହେଲେ ପ୍ରତାପ ଖଟେଇ (ବୟସ -28) ପିତା-ସୁରେନ୍ଦ୍ର ଖଟେଇ। କାଳିଆ ଜେନେରାଲ ଷ୍ଟୋର କୁ ଆସିଥିବା ସମୟରେ ଗ୍ରାମର ଦୁଇଜଣ ବ୍ୟକ୍ତି ଅଚାନକ ଯୋଜନା ବଦ୍ଧ ଭାବେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ମୃତକ ପ୍ରତାପ ଖଟେଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି। ସୂଚନା ଥାଉକି ମୃତକ ପ୍ରତାପ ଖଟେଇ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ହତ୍ୟା କରିଥିଲେ।ତେଣୁ ପୂର୍ବ ଶତ୍ରୁତାକୁ ଆଧାର କରି ଏହି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ  ସୂଚନା ମିଳିଛି । ଘଟଣା ସ୍ଥଳରେ ଆସିକା SDPO ଓ ଧରାକୋଟ IIC ପହଞ୍ଚି ଦୁଇ ଜଣକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରିରଖିଥବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆସିକା  ଉପଖଣ୍ଡ ଚିକିତ୍ସାଳୟକୁ  ପଠା ଯାଇଛି ।  ପରିବାର ତରଫରୁ କୌଣସି ଅଭିଯୋଗ ଆସିନଥିବା ଆସିକା SDPO ସୂଚନା ଦେଇଛନ୍ତି।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୭/୭/୨୦୨୧---- ୮,୨୦।
 Sakhigopal News,17/7/2021

ads

Blog Archive

Popular Posts