ads

Breaking News

ନୂଆଗାଁ ଦକ୍ଷିଣ ପାଶ୍ୱର୍ନାଳ ଖନନ ଅନିୟମିତତା; ତଦନ୍ତ ଦାବିରେ ନୀଳାଚଳ କୃଷକ ମହାସଂଘ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବ

 =


ସାକ୍ଷୀଗୋପାଳ ------ ନୂଆଗାଁ ଦକ୍ଷିଣ ପାଶ୍ୱର୍ ( ପାଳପୋଛି ) ନାଳଖନନରେ ଘୋର ଅନିୟମିତତା ତଦନ୍ତ ପାଇଁ ଦାବି କଲା ନୀଳାଚଳ କୃଷକ ମହାସଂଘ । ନଚେତ ୨୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ମହାସଂଘର ସଭାପତି ଗୋପିନାଥ ମିଶ୍ର । ସୁଚନାଯୋଗ୍ୟ ଯେ ମହାସଂଘର ଦୀର୍ଘଦିନ ଧରି ଏହି ନାଳ ଖନନ ପାଇଁ ଆନ୍ଦୋଳନ, ବିକ୍ଷୋଭ, ଅନଶନ କରାଯାଇଥିଲା । ପରିଶେଷରେ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ପୁରୀ ଜିଲ୍ଲାଙ୍କ କାର୍ଯ୍ୟାଳୟରେ ବୈଠକ କରାଯାଇଥିଲା । ନିସ୍ପତି କ୍ରମେ ଉକ୍ତ ନାଳକୁ ଡ୍ରେଜର ସାହାର୍ଯ୍ୟରେ ଉକ୍ତ ନାଳ ଖନନ କରିବାପାଇଁ  ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୁରୀ  ଜଳ ନିଷ୍କାସନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଡ୍ରେଜରରେ କାମ ନ କରି ପ୍ରୋକଲିନ ମାଧ୍ୟମରେ କାମ କରାଯାଉଛି । ଯାହାକି  ଗୋଟିଏ ଅସରା ବର୍ଷାରେ ମାଟି ଧୋଇ ହୋଇ ନାଳ ମଧ୍ୟରେ ପଶୁଛି । ଆଗ ଅପେକ୍ଷା ଏବେ ପାଣି ନିଷ୍କାସନରେ ଘୋର ବ୍ୟାଘତ ସୃଷ୍ଟି ହେବ ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ବିଶେଷ କରି ସତ୍ୟବାଦୀ ବ୍ଳକରମାଧିପୁର, କଅଁଳପଡା, ବଳରାମପୁରଗଡ, ଚକ୍ରପଡା, ଡିହସାହି, ତଣ୍ଡୁଳସାହି, ବିଲସାହି, ପରଜାପଡା, ପାରକେଣା, ପାଳପୋଛି, ବିଲିପଡା, ଡାଙ୍ଗୁରା, ରାୟଖଣ୍ଡି, ଖରିଜାସାହି ସହିତ ପୁରୀ ସଦରର ଅନେକ ଗ୍ରାମ ଗହିର ଏହି ନାଳ ଯୋଗୁ ଧାନ ଫସଲ ନଷ୍ଟ ହେଉଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ସେହିପରି ଡିଜାଇନ ନଥିବା ଉକ୍ତ ନାଳ ଉପରେ ବ୍ରିଜ ନିର୍ମାଣ କରାଯାଉଛି । ତାହା ପୁଣି ଜଳ ନିଷ୍କାସନରେ ବ୍ୟାଘତ ସୃଷ୍ଟି ହେବ ବୋଲି ଚାଷୀ ମାନେ କହନ୍ତି । ନିଜର ଫାଇଦା ପାଇଁ ବିଭାଗୀୟ ଯନ୍ତ୍ରୀ ନିମ୍ନ ମାନର କାମ କରି ଉକ୍ତ ଅର୍ଥକୁ ତୋଷାର ପାତ କରିଥିବା ଚାଷୀ ମାନେ ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର ଖନନ କାର୍ଯ୍ୟ ଦେଖିବାକୁ ଯାଇଥିବା ସମୟରେ ଚାଷୀ ମାନେ ଏହି ଅଭିଯୋଗ ଆଣିଥିଲେ । ଏହି କାର୍ଯ୍ୟକୁ ପୁରୀ ଜିଲ୍ଳାପାଳ ନିଜେ ଆସି ପରିଦର୍ଶନ କରିବା ପାଇଁ ଚାଷୀ ସଂଘଠନ ପକ୍ଷରୁ ଦାବି କରାଯାଇଛି । ଏହା ସହିତ ଉକ୍ତ ନାଳ ଉପରେ ଉଚ୍ଚ ସମ୍ପନ୍ନ ୭ଗୋଟି ବ୍ରିଜ ନିର୍ମାଣ , ଖନନ କାର୍ଯ୍ୟ ତଦାରଖ  କରିବା ସହ ବନ୍ଧକୁ ସୁଦୃଢ଼ କରିବା ସହ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ କଲଭଟ ନିର୍ମାଣ କରିବା ଆଦି ଦାବୀରେ ୨୮ ତାରିଖରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି । ମହାସଂଘର ଉପାଧ୍ୟକ୍ଷ ନିରଞ୍ଜନମହାପାତ୍ର, ସମ୍ପାଦକ ଉଗ୍ରେସନ ବିଶ୍ୱାଳ, ସତ୍ôୟାଦୀ ବ୍ଳକ ସଭାପତି ଫଗୁ ଚରଣ ପରିଡା, ପିପିଲି ବ୍ଳକ ସଭାପତି ସୁଦର୍ଶନ ପ୍ରଧାନ, ବଂଶୀଧର ପରି+ଡା, ନଗେନ ବରାଳ ପ୍ରତାପ ପାଇକରାୟ, ସବେଶ୍ୱର୍ର ନାୟକ, ପରକ୍ଷିତ ନାୟକ ମାଧବ ବରାଳ ଓ ଜିଲ୍ଲା ସଂଯୋଜକ ଗୁଣନିଥିବ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । 


=ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୭/୨୦୨୧---୯,୫୦,
 Sakhigopal News,19/7/2021

ads

Blog Archive

Popular Posts