ads

Breaking News

ବରଗଡ଼ ଜିଲ୍ଲାରେ ନୁତନ ଜିଲ୍ଲାପାଳ ଭାବେ ଯୋଗଦେଲେ ମୋନୀଷା ବାନାର୍ଜୀ ଆଇଏ ଏସ


 ବରଗଡ----ବରଗଡ ଜିଲ୍ଲା ର ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ମୋନୀଷା ବାନାର୍ଜୀ ଆଇଏ ଏସ।ପ୍ରଥମ ସାମ୍ବାଦିକ  ସମ୍ମିଳନୀରେ କହିଲେ ବରଗଡ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଧାନ ଫସଲ ଉପରେ ପ୍ରାଧାନ୍ୟ ଦେବା ସହ ଅଣ କୃଷି, ଅଣ ଧାନଚାଷ ଉପରେ ଗୁରୁତ୍ୱ ଦିଆଯିବ । ଆଗକୁ କରୋନା ମହାମାରୀ ତୃତୀୟ ଲହର ଆସିବା ସମ୍ଭାବନା  ଥବାରୁ ତାକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଶିକ୍ଷା, ସ୍ୱାସ୍ଥ୍ୟ, ଅନାଥ ପିଲାମାନଙ୍କୁ ସୁବିଧା  ଯୋଗାଇ ଦେବା  ଉପରେ ଅଗ୍ରାଧିକାର ଦିଆଯିବ। ସରକାର ଙ୍କ ୫ଟି ଉପରେ ଗୁରୁତ୍ବ ଦିଆଯିବ । ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ ଆବଶ୍ୟକ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି  ନୁତନ ଜିଲ୍ଲାପାଳ କହିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୧/୭/୨୦୨୧----୪,୨୫ , Sakhigopal News,1/7/2021

ads

Blog Archive

Popular Posts