ads

Breaking News

ବାଲି ବୋଝୋଇ ହାଇୱା ପଛକୁ ପିଟିଲା ଲୁହା ରଡ ବୋଝୋଇ ଟ୍ରକ; ଟ୍ରକ ହେଲପର ଗୁରୁତର

 


ସାକ୍ଷୀଗୋପାଳ----- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ଆଗକୁ ଗୁରୁକୁଳ ପଛକୁ ଏକ ବାଲି ବୋଝୋଇ ହାଇୱା ଗାଡି ପଛକୁ ଲୁହାରଡ ଲୋଡିଂ ଟ୍ରକ ବୁଧବାର ଭୋର ସମୟରେ ଧକ୍କା ଦେଇଛି । ଯାହା ଫଳରେକି ଟ୍ରକର ହେଲପର ହାଇୱା ପଛରେ ଚିପି ହୋଇ କିଛି ସମୟ ରହିଥିଲା । ଖବର ପାଇ ସତ୍ୟବାଦୀ  ଅଗ୍ନିଶମ ବିଭାଗର କର୍ମିଚାରୀ ଓ ପାଖ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ଯୁବକଙ୍କୁ ଉଦ୍ଦାର କରି ପୁରୀ ପଠାଯାଇଥିଲା ।

ସୁଚନାଯୋଗ୍ୟ ଯେ ଓଡି, ୦୨ଏଭି, ୪୦୫୦ ହାଇୱା ଗାଡିଟି  ବାଲି ନେଇ ପୁରୀ ଅଭିମୁଖେ ଯାଉଥିଲା । ମାତ୍ର ସତ୍ୟବାଦୀ ବ୍ଳକ ଛକ ପରେ ପରେ ଗାଡିର ପଛଚକ ଲିକ ହୋଇଯିବାରୁ ହାଇୱା  ଗାଡି ଟି  ରୋଡ କରରେ ସାଇଡି କରୁଥିବା ବେଳେ ପଛରୁ ଓଡି, ୦୨ଏଭି, ୧୪୮୭ ଟ୍ରକଟି ଲୁହାରଡ ନେଇ ପୁରୀ ଯାଉଥିଲା । ଟ୍ରକଟି ନିଜର ଭାରସାମ୍ୟ ହରାଇ  ହାଇୱା ପଛରେ ପିଟି ହୋଇଥିଲା । ଜାତୀୟ ରାଜପଥରେ ପ୍ରାଟୋଲିଂ କରୁଥିବା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରଜପଥ ସୁରକ୍ଷା ଦାୟତ୍ୱରେ ଥିବା ଅଧିକାରୀଙ୍କୁ ଡକାଇ ଦୁର୍ଘଟଣା ଗସ୍ତ ଟ୍ରକଟିକୁ ରାସ୍ତା ଉପରୁ ହଟାଇଥିଲେ । ସୁଚନାଯୋଗ୍ୟ ଯେ ପ୍ରତିଦିନ ସାକ୍ଷୀଗୋପାଳ ତହସିଲ ଓ ଥାନା ଦେଇ ୬୦ରୁ ୭୦ ଗୋଟି ହାଇୱା ଚୋରା ବାଲି ଚାଲାଣ ହୋଉଥିବା ଜଣାପଡିଛି ।  ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି ଏଥିପ୍ରତି ପୁରୀ ଜିଲ୍ଲାପାଳ ନର୍ଜର ଦେବାକୁ ଜଣସାଧାରଣରେ ଦାବି ହେଉଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୭/୨୦୨୧----୮,୪୦, Sakhigopal News , 7/7/2021

ads

Blog Archive

Popular Posts