ads

Breaking News

ମା ବାଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପି; ଅହମ୍ମଦପୁର ଚମ୍ପିୟାନ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଶ୍ରୀମରାଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବାଘସାହି ଗ୍ରାମର ମା ବଙ୍କେଶ୍ୱରୀ କ୍ରିକଟେ କ୍ଳବ ପକ୍ଷରୁ ୧୯ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।  ଫାଇନାଲ ମ୍ୟାଚରେ ଅହମ୍ମଦପୁର କ୍ରିକେଟ କ୍ଳବ ସହିତ ଆୟୋଜକ ବାଘସାହି କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ବାଘସାହି ଦଳ ଫିଲିଡିଂ କରିବା ପାଇଁ ନିସ୍ପତି ନେଇଥିଲା । ଅହମ୍ମଦପୁର ଦଳ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୬ ଉଇକେଟ ହରାଇ୪୧ ରନ କରିଥିଲେ । ଜବାବରେ ବାଘସାହି ଦଳ ୮ ଓଭରରେ ୬ ଉଇକେଟ ହରାଇ ୩୪ ରନ କରିଥିଲେ । ୭ ରନରେ ଅହମ୍ମଦପୁର ଦଳ ବିଜୟୀ ହୋଇଥିଲେ । ବିଭୁତି ଭୂଷଣ ପାଇକରାୟ ଓ ପିଣ୍ଟୁ ଦାଶ ଖେଳ ପରିଚାଳନା କରିଥିଲେ । ପୁରଷ୍କାର ବିତରଣୀ ଉତ୍ସବରେ ପ୍ରଫେସର ସୁଦର୍ଶନ ବେହେରା, ସମାଜସେବୀ ଦୁଃଶାସନ ସାହୁ, ଦୁର୍ଗା ପ୍ରସାଦ ରଥ ଅତିଥି ଭାବେ ଯୋଗଦେଇ ପୁରଷ୍କାର ବିତରଣ କରିଥିଲେ ।  ପ୍ରଦ୍ୟୁମ୍ନ କୁମାର ପରିଡା, ରଶ୍ମି ରଞ୍ଜନ ବାରିକ, ପ୍ରଦୀପ୍ତ କୁମାର ପରିଡା, ରଣଜିତ କୁମାର ମହାନ୍ତି, ପ୍ରଶାନ୍ତ କୁମାର ପରିଡା, ଦେବାଶିଷ ସାହୁ, ଜୟନ୍ତ କୁମାର ପରିଡା, ଶୁଭଜିତି ପରିଡା, ପ୍ରଭାତ ପରିଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୧--୭,୦୫

ads

Blog Archive