ଡେଲାଙ୍ଗ---- ଭୁବନେଶ୍ୱର - ପୁରୀ ୩୧୬ନଂ ଜାତୀୟ ରାଜପଥର କାଦୁଆ ଛକ ନିକଟରେ ମହାଲକ୍ଷ୍ମୀ ହୋଟେଲରେ ରୋଷୋଇ କରୁଥିବା ସମୟରେ ଅସବଧାନତା ଯୋଗୁ ଗ୍ୟାସ ସିଲିଣ୍ଡର ଜଳିଉଠିଥିଲା । ଯାହାକି ନିଆାଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା । ସେଥିରେ ବିଫଳ ହେବାରୁ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ଓ ସତ୍ୟବାଦୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବେଆଇନ ଭାବେ ଘରୋଇ ଗ୍ୟାସ ହୋଟେଲରେ ବ୍ୟବହାର କରିଥିବାରୁ ସିଲିଣ୍ଡର ଦୁଇଟି ପୁଲିସ ଜବତ କରିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧---୯,୨୫