ତାରେଣୀ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅର୍ନ୍ତଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ମା ତାରେଣୀ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାହ୍ମଣ ବିଶ୍ୱନାଥ ପଣ୍ଡା ହୋମ, ପୂଜାପାଠ କରିଥିଲେ । କର୍ତ୍ତା ଭାବେ ପଦ୍ମ ଚରଣ ବେହେରା ଓ କର୍ତ୍ତୀ ଭାବେ ସୁକାନ୍ତି ଦେଇ ରହିଥିଲେ । ଗ୍ରାମବାସୀ ମାନେ ମନ୍ଦିର ପାଇଁ ଅର୍ଥ ଆଦାୟ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ନେଇଥିଲେ । ରତ୍ନମୁଦ ଉତ୍ସବରେ ନାମସଂକୀର୍ତ୍ତନ କରାଯିବା ସହ ହରିବୋଲ, ହୁଳହୁଳି ପକାଇ ପୂଜା ପାଠ ଶେଷ କରାଯାଇଥିଲା । ଗ୍ରାମର ନାରାୟଣ ବେହେରା, କୈଳାସ ବେହେରା, ହରିହର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, କୃପାସିନ୍ଦୁ ସାହୁ, ବାସୁଦେବ ସାହୁ, ସୁକାନ୍ତ କୁମାର ପଣ୍ଡା, ଲିଙ୍ଗରାଜ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନାରେ ସହଯୋଗ କରିଥିଲେ । ଶେଷରେ ସମୂହ ଗ୍ରାମାବସୀ ମାନେ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୧--୭,୦୫




