ଡେଲାଙ୍ଗରେ ଉପନିର୍ବାଚନ ପାଇଁ ପୁଲିସ ପକ୍ଷରୁ ପ୍ଳାର୍ଗ ମାର୍ଚ୍ଚ
ଡେଲାଙ୍ଗ ----- ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଶାସନ ସେତେ ଚଳଚଞ୍ଚଳ ହୋଇପଡିଛି । ଡେଲାଙ୍ଗରେ ଉପନିର୍ବାଚନକୁ ନିରପେକ୍ଷ ସ୍ୱଚ୍ଛ ମତଦାନ କରିବା ପାଇଁ ପ୍ରଶାସନ ଏବେ ବିଭିନ୍ନ କାର୍ଯ୍ୟନୁଷ୍ଠାନ ହାତକୁ ନେଇଛି । ପୁରୀ ଏସପିଙ୍କ ତତ୍ୱବଧାନରେ ଆଜି ଅପରାହ୍ନରେ ଡେଲାଙ୍ଗ ମାଜିଷ୍ଟେଟ ଦାୟତ୍ୱରେ ଥବା ତହସିଲଦାର୍ୱହୋନ୍ଦ୍ର ବଡେଇ, ଡେଲାଙ୍ଗ ବିଡିଓ ଦିଲୀପ କୁମାର ଷଡଙ୍ଗୀ , ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସଦଳବଳେ ଡେଲାଙ୍ଗ ବ୍ଳକର ଘନିପୁର ଓ ସାଉରିଆ ଗ୍ରାମ ପଞ୍ଚାୟତର କୁଆପଦା ଓ ଘୋରଡିଆ ଗ୍ରାମରେ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ କରାଯାଇଛି । ଏବଂ ରାସ୍ତା ଉପରେ ବେଆଇନ ଭାବେ ବ୍ୟାନର ଓ ହୋଡିଂ ଗୁଡିକ ଖୋଲା ଯାଇଛି । ଜନସାଧାରଣଙ୍କୁ ନିର୍ବାଚନ ଆଇନ ଅନୁସାରେ ସଚେତନତା କରାଯାଇଛି । ଡେଲାଙ୍ଗ ନିର୍ବଚନ ମଣ୍ଡଳୀର ପବେଶ ପଥ ଇନ୍ଦିପୁର, କଲ୍ୟାଣପୁର, ତିରିମଲ୍ଲ , ହରିରାଜପୁର ଆଦି ଛକ ମାନଙ୍କରେ ପୁଲିସ ପକ୍ଷରୁ ନାକାବନ୍ଦି କରାଯାଇ ସମସ୍ତ ଗାଡି ମଟର ଚେକିଂ କରାଯାଇଛି । ସେହିପରି ଡେଲାଙ୍ଗ ଥାନା ନିକଟରେ ପୁଲିସ ପକ୍ଷରୁ କୋଗଡ ସଚେତନତା କରାଯିବା ସହ ମାସ୍କ ଚେକିଂ କରାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧---୯,୦୫




