ପରଲୋକ ରେ ସାମାଜିକ କର୍ମୀ ପୌଲସ୍ତି ସାହୁ
ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଜହ୍ନାପଡା ନିବାସୀ ସାମାଜିକ କର୍ମୀ ପୌଲସ୍ତି ସାହୁଙ୍କ ଏକ ଘରୋଇ ଚିକିତ୍ସାଲୟରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୮ବୟସ ହୋଇଥିଲା । ସେ ଗୋଟିଏ ବର୍ଷ ହେବ ସ୍ନାୟୁ ଓ ଯକୃତ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସା ହୋଉଥିଲେ। ସେ ମିରଟ ରେ ସମାଜ ବିଜ୍ଞାନ କ୍ଷେତ୍ରରେ ଏମ୍ ଏ କରି ସାରିବା ପରେ ଉତ୍ତର ପ୍ରଦେଶ ଆଗ୍ରା ଠାରେ ଏମ୍ ଫିଲ ପାଠ ଅଧ୍ୟୟନ କରିଥିଲେ।ସେ ଏତେ ପାଠ ଚାକିରି ପଛରେ ଧାଇଁ ଗ୍ରାମର ଜନମଙ୍ଗଳ ତଥା ନିଜ ଅଞ୍ଚଳର ବିକାଶ ପାଇଁ ନିଜ ଭିଟାମାଟି ଛାଡି ନଥିଲେ।ଏହା ବ୍ୟତୀତ ସେ ପାହାଡ଼ ଶ୍ରୀଗିଡା ଓ ଜହ୍ନାପଡା ହାଇସ୍କୁଲ ରେ ଟ୍ରେନର ଶିକ୍ଷକ ଭାବେ ପିଲା ମାନଙ୍କୁ ବିନା ପାରିଶ୍ରମିକ ରେ ଶିକ୍ଷାଦାନ ପ୍ରଦାନ କରିଆସୁଥିଲେ ।
ଦୀର୍ଘ ବର୍ଷ ଧରି ଥୁଆପାଲି ଠାରେ ଏକ ମେଡ଼ିକାଲ ଦୋକାନ ଦେଇ ଲୋକଙ୍କ ନିଜକୁ ସେବା ଅର୍ପିତ କରିଥିଲେ। ପତ୍ନୀ ଅନୁସୂୟା,ଝିଅ ଅଙ୍କିତା,ନିକିତା, ନାତୁଣୀ ସୌଜନ୍ୟା, ସରଣ୍ୟା,ପୁଅ ଅମିତ ଓ ଜ୍ୱାଇଁ ବିମଲ ଙ୍କୁ ଛାଡି ଚାଲିଯାଇଛନ୍ତି।
ନିଜ ଗ୍ରାମ ରେ ଥିବା ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର ହୋଇଯାଇଛି।ଏକ ମାତ୍ର ପୁଅ ଅମିତ ମୁଖାଗ୍ନି ଦେଇ ଥିଲେ। ତାଙ୍କ ବିୟୋଗରେ ଜ୍ୟୋତି ବିହାର ବିଶ୍ୱ ବିଦ୍ୟାଳୟ ର ସମାଜ ବିଜ୍ଞାନ ବିଭାଗୀୟ ଅଧିକାରୀ ଙ୍କ ସହ ଅନେକ ଶୁଭେଛୁ କର୍ମଚାରୀ, ଅତାବିରା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ।
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ ,୭/୪/୨୦୨୧----୧୧,୨୫



