ads

Breaking News

ଅତାବିରା ର ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର


ବରଗଡ଼ ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଅତାବିରା ର ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ବରଗଡ଼ ଜିଲ୍ଲା ଯୁଗ୍ମ ସଂପାଦକ ନବୀନ ଦାଶ ଙ୍କ ଅଧ୍ୟକ୍ଷତା ରେ ସାମ୍ବାଦିକ ତଥା ଓଡିଶା ରାଜ୍ୟ କୃଷକ ସଙ୍ଗଠନ ର ସକ୍ରିୟ କର୍ମୀ ମାନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଅତାବିରା ର ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇଥିଲା ।ଆଜି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଜିଲ୍ଲା ର ସଭାପତି ତ୍ରିବିକ୍ରମ ତ୍ରିପାଠୀ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା ଯୁଗ୍ମ ସଂପାଦକ ନବୀନ ଦାଶ ଙ୍କ ତତ୍ୱାବଧାନରେ ମୁଖ୍ୟତଃ ଅତାବିରା ମୁଖ୍ୟ ବସଷ୍ଟାଣ୍ଡ , ଲାଦେର ପାଲି,ରେଙ୍ଗାଲି କେମ୍ପ ଛକ ମାନଙ୍କରେ ସ୍ଥାୟୀ ଭାବେ ଯାତ୍ରୀ ବିଶ୍ରାମାଗାର,ପାନୀୟ ଜଳ ଓ ଶୌଚାଳୟ ତୁରନ୍ତ ୧୫ଦିନ ମଧ୍ୟରେ ନିର୍ମାଣ କରିବା ପାଇଁ ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ନଚେତ ଆଗାମୀ ଦିନରେ ସାମ୍ବାଦିକ ସଂଘ ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି।
ଏହି ଅବସର ରେ ବରଗଡ଼ ଜିଲ୍ଲା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଗଠନ ର ଅତାବିରା ସାମ୍ବାଦିକ ଖିରୋଜ ନାୟକ,ଆକାଶ ମିଶ୍ର, ସ୍ୱଦୀପ ଅଗ୍ରୱାଲ,ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖାର ବସନ୍ତ ବାରିକ,ପଲଉ ମାଝୀ,ଶ୍ରୀମନ୍ତ ବାରିକ,ଗଣେଶ ସିଂ ପ୍ରମୁଖ ସକ୍ରିୟ କର୍ମୀମାନେ ଉପସ୍ଥିତ ରହିଥିଲେ।


ବରଗଡ଼ ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ ,୭/୪/୨୦୨୧----୧୧,୧୫

ads

Blog Archive