ads

Breaking News

ବେରବୋଇ ପଞ୍ଚାୟତରେ ଘରକୁ ଘର ବୁଲି ରୁଦ୍ର ମହାରଥୀଙ୍କ ପାଇଁ ଭୋଟ ଭିକ୍ଷା


 ଡେଲାଙ୍ଗ --- ପିପିଲି ଉପନିର୍ବାଚନ ତାରିଖ ଯେତେିକି ପାଖେଇ ଆସୁଛି ବିଜେଡି ଦଳ ତାର ପ୍ରଚାର ପ୍ରସାରକୁ ଯୋରସୋର କରିଛି । ଯାହାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ଓ ପ୍ରର୍ଥୀ ମାନଙ୍କର ନିଦ ହଜିଯାଇଛି । ଏହି ଅବସରରେ ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ଦାୟତ୍ୱରେ ରହିଛନ୍ତି । ତାଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ବିଜେଡି ଜିଲ୍ଲା ରାଜ୍ୟ ସାଧାରଣ ସମ୍ପାଦକସୁବାଷ ମହାରଣା, ରାଜ୍ୟ ଯୁବସମ୍ପାଦକ ସନତ ମହାନ୍ତିଙ୍କ ସହିତ ବେରବୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବରିଷ୍ଠ ବିଜେଡି ସଭ୍ୟ ମାନଙ୍କୁ ସାଙ୍ଗରେ ଧରି ଦୁଆରକୁ ଦୁଆର ବୁଲି ବିଜେଡି ପ୍ରାର୍ଥୀ ତଥା ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପ୍ରଚାର କରୁଥିବାର ଦେଖାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧----୧୨,୫୦

ads

Blog Archive