ads

Breaking News

ଘରେ ପଶି ଯୁବକଙ୍କୁ ହତ୍ୟା ଉଦ୍ଦ୍ୟମ

 ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ବିଜନ କୁମାର ସାମନ୍ତରାୟଙ୍କ ଘରେ ସେହି ଗ୍ରାମର ବଳଭଦ୍ର ସାମନ୍ତରାୟଙ୍କ ପୁଅ ବିନୋଦ କୁମାର ସାମନ୍ତରାୟ ଏକ କେବୁଲ ତାରରେ ବିଜନଙ୍କୁ ତଣ୍ଟି ଚିପି ଦେବାକୁ ଉଦ୍ଧ୍ୟମ କରୁଥିଲା । ଏ ସକ୍ରାନ୍ତିରେ ବିଜନଙ୍କ ପୁଅ ସୁଧାଂଶୁ ଶେଖର ସାମନ୍ତରାୟ ସତ୍ୟବାଦୀ ଥାନାରେ ବିନୋଦଙ୍କ ନାମରେ ତାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଉଦ୍ଦ୍ୟମ କରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ପୁଲିସ ଅଭିଯୋଗକୁ ଗ୍ରହଣ କରି ୧୫୬/୨୦୨୧ରେ ଏକ ମାମଲା ରୁଜ କରି ଅଭିଯୁକ୍ତ ବିନୋଦ କୁମାର ସାମନ୍ତରାୟଙ୍କୁ ଥାନାରେ ଅଟକ ରଖିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧---୪,୨୫

ads

Blog Archive