ପୋଖରୀରୁ ନବଜାତ ଶିଶୁ ପୁତ୍ରର ଶବ ଉଦ୍ଦାର
ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ଗ୍ରାମ ପଞ୍ଚାୟତର ଦଳିତବସ୍ତିର ଗ୍ରାମ ପାଖରେ ଥିବା ଏକ ପୋଖରୀରୁ ନବଜାତ ଶିଶୁପତ୍ରର ଶବ ଭାସୁଥିବାର ଦେଖାଯାଇଥିଲା । ଆଜି ପୂବାହ୍ନରେ କିଛି ଲୋକମାନେ ଉକ୍ତ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ । ମାଛ ଧରିବା ସମୟରେ ନବଜାତ ଏକ ଶିଶୁର ଶବ ପାଣିରେ ଭାସୁଥବା ଦେଖି ଗ୍ରାମରେ ହଲ୍ଲା ହୋଇଯାଇଥିଲା । ସେଠାରେ ଲୋକଙ୍କର ଗହଳି ଲାଗିବା ସହ ଲୋକମାନଙ୍କ ଠାରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଶିଶୁର ଶବ ଉଦ୍ଦାର କରି ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧---୪,୨୫



