ads

Breaking News

ଖଣି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଜଟଣୀ ତହସିଲଦାର



ଜଟଣୀ - ଜଟଣୀ ତହସିଲଦାରଙ୍କ ନେତୃତ୍ୱରେ ଜଟଣୀ ଆର. ଆଇ ଏବଂ ତହସିଲ କର୍ମଚାରୀଙ୍କ ସହ ଏକ ଟିମ ଗଢ଼ାଯାଇ କିଛି ଦିନ ହେବ ଚୋରା ପଥର ଖଣି ଚଢ଼ାଉ କାର୍ଯ୍ୟ ଜାରି ରହିଛି । ଫଳରେ ପଥର ମାଫିଆଙ୍କ ମନରେ ଏକ ଭୟର ବାତାବରଣ ଖେଳିଯାଇଛି । ଜଟଣୀ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ଜଟଣୀ ବ୍ଲକର ସମସ୍ତ ପଥର ଖଣି ଏବଂ ଚୋରା ପଥର ଚାଲାଣ କରୁଥିବା ଗାଡି ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଥିଲା । ଆଜି ସକାଳ ୭. ୩0 ମିନିଟ ସମୟରେ ଏକ ଚୋରା ପଥର ଚାଲାଣ ଟ୍ରାକ୍ଟର ନଂ OD-02-W 3138 ତରାବୋଇ /ଖୋର୍ଦ୍ଧା ଘାଟି ରାସ୍ତାରେ ଯିବା ସମୟରେ ତହସିଲଦାରଙ୍କ ଟିମ ଗାଡିଟିକୁ ଅଟକ ରଖିଥିଲେ । ସେହି ସମୟରେ ଟ୍ରାକ୍ଟର ମାଲିକ ଖୋର୍ଦ୍ଧା, ଜକରାର ଶିବ ପ୍ରସାଦ ପଟ୍ଟନାୟକ ଗାଡି ନିକଟରେ ପହଞ୍ଚି ଥିଲେ । ଅଳ୍ପ ସମୟ ମଧ୍ୟରେ ଦଶଟି ଦୁଇ ଚକିଆ ଯାନରେ କୋଡିଏ ଜଣ ଯୁବକ ପହଞ୍ଚି ହଠାତ କର୍ମଚାରୀଙ୍କ ବ୍ୟବହୃତ ବୁଲେରୋ ଗାଡି ନଂ OD-02AY -2209 ର ପଛ କାଚକୁ ବେଲଚା ମାଧ୍ୟମରେ ଭଙ୍ଗାରୁଜା କରି ଚୋରା ପଥର ଟ୍ରାକ୍ଟରଟିକୁ ଛଡାଇନେଇଥିଲେ । ଖବର ପାଇ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାରକରି ଖୋର୍ଦ୍ଧାର ଶିଳ୍ପାଞ୍ଚଳ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଏସ. ପି. କବିରାଜ ସ୍ୱାଇଁ ଖୁବ ଶୀଘ୍ର ଅଭିଯୁକ୍ତ କାରୀଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରା ୧୧/୧୦/୨୦୨୦---୩,୪୫

ads

Blog Archive