ads

Breaking News

ଦେଶରେ ୩୦ ହଜାର ତଳକୁ ଖସିଲା କରୋନା ସଂଖ୍ୟା


ନୂଆଦିଲ୍ଲୀ,------- ଆଜି ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଆଜି ୩୦ ହଜାର ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ସୂଚନା ଅନୁସାରେ ୨୪ ଘଣ୍ଟାରେ ୨୯,୩୯୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୪୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୯୬ ହଜାର ୭୭୦ରେ ପହଞ୍ଚିଛି।

ସେହିପରି ବର୍ତ୍ତମାନ ଆକ୍ଟିଭ କେସ୍‌ ୩ ଲକ୍ଷ ୬୩ ହଜାର ୭୪୯ ରହିଥିବାବେଳେ ୯୨ଲକ୍ଷ ୯୦ହଜାର ୮୩୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଥିବାର ଜଣାପଡ଼ିଛି । ଧୀରେନ୍ଦ୍ର ସେନାପତି ,୧୧/୧୨/୨୦୨୦------୧୦,୪୦

ads

Blog Archive