ads

Breaking News

ଇଣ୍ଡିଆନ ହୁମାନ ରାଇଟ ଡେ଼ଫେଣ୍ଡର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ



ଜଗତସିଂହପୁର----- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଧିନ କୋଠୀ ପଞ୍ଚାୟତ ନୁଣୁକୂଆ ଗ୍ରାମର ହର ପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଇଣ୍ଡିଆନ ହ୍ୟୁମାନ ରାଇଟ ଡେଫେଣ୍ଡରର (I H R D) ଓ ସ୍ଥାନୀୟ ହର ପାର୍ବତୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ I H R D ର  ଚେୟାରମେନ ଆର ସୂର୍ଯ୍ୟକାନ୍ତ ଓ ରାଜ୍ୟ ଉପସଭାପତି ଅରୁଣ କୁମାର ପାଣିଙ୍କ ନେତୃତ୍ୱରେ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ (74)ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ତେବେ ଏହି ରକ୍ତଦାନ ଶିବିର I H R D ର ରାଜ୍ୟ ଉପସଭାପତି ତଥା ସମାଜସେବୀ ଅରୁଣ କୁମାର ପାଣି ,ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପାରାଦ୍ୱୀପ ମୁନିସିପାଲିଟିର ଏକୁଜୁଟିଭି ଅଫିସର ସୋମେନ୍ଦ୍ର କୁମାର ରାଉତରାୟ,ମୁଖ୍ୟ ବକ୍ତା ସମାଜସେବୀ ସୁନାକର ବେହେରା,ସ୍ନମାନିତ ଅତିଥି ଆଇ, ଏଚ, ଆଇଡ଼ିର ରାଷ୍ଟ୍ରୀୟ ସଭାପତି  ସମୀର କୁମାର ,ଷ୍ଟେଟ ଲିଗାଲ ଆଡ଼ଭାଇଜର ଶିବକେତନ ମହାନ୍ତି,ମହିଳା ସେଲ ଅଧ୍ୟକ୍ଷାଶ୍ରୀ ଗୀତରାଣୀ ବେହେରା,ରାଜ୍ୟ ଅଧ୍ୟକ୍ଷ ଆର ସୂର୍ଯ୍ୟକାନ୍ତ,ଲାସ୍ୟମୟୀ ସାମନ୍ତରାୟ,ବ୍ରଜକିଶୋର ମହାରାଜ,ହର ପାର୍ବତୀ ଯୁବକ ସଙ୍ଘ ସଭାପତି ସମୀର କୁମାର ତରାଇ,ଅଞ୍ଜଳି ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ  ।  ସ୍ଥାନୀୟ ହର ପାର୍ବତୀ ଯୁବକ ସଙ୍ଘର ସଦସ୍ୟ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ସମାପ୍ତ ହେବା ପରେ ସାମ୍ବାଦିକ ସୁବ୍ରତ ନାୟକ, ପ୍ରଳୟ ମହାପାତ୍ର, ବାବୁଲି ଦାସ,ରଶ୍ମି ରଞ୍ଜନ ଦାସ, ସୁବ୍ରତ ମଲ୍ଲିକ, ରଶ୍ମି ରଞ୍ଜନ ରାଉତ, ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସନ୍ତୋଷ ବେହେରା,ସନ୍ତୋଷ ବିଶ୍ୱାଳ, ହରିଗୁରୁ ଦାସ,ଙ୍କୁ ମାନପତ୍ର ଓ ଉତରିୟ  ପ୍ରଦାନ କରି ସ୍ନାମାନିତ କରାଯାଇଥିଲା।
ଜଗତସିଂହପୁରରୁ ପ୍ରଳୟ ମହାପାତ୍ର ୧୦/୧୨/୨୦୨୦----୨,୨୦

ads

Blog Archive