ads

Breaking News

ଗୃହ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ବ୍ଲକ କାର୍ଯ୍ୟାଳୟ ଓ ଗ୍ରୀଡ଼ ଉଦଘାଟିତ



କଳାହାଣ୍ଡି------କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ
ଉଦଘାଟିତ ହୋଇ ଯାଇଛି । କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଙ୍କ ନେତୃତ୍ୱରେ  ଉଦଘାଟନି ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଏହି ଉଦଘାଟନି ଉସ୍ତବରେ ଓଡ଼ିଶା ସରକାରଙ୍କ ଗୃହ  ଶକ୍ତି ଓ ଶିଳ୍ପ ମନ୍ତ୍ରୀ ମାନ୍ୟବର  ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ‌  ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ମୌଶୋଧି ବାଗ ଓ କୋକସରା ବ୍ଲକ ଅଧକ୍ଷା  ଶ୍ରୀମତୀ  ସଭ୍ୟା ରାଣୀ ବାଗ ଯୋଗ ଦେଇଥିଲେ । ଅଞ୍ଚଳବାସୀଙ୍କୁ ମନ୍ତ୍ରୀ ବହୁତ ଧନ୍ୟବାଦ ଦେଇଥିଲେ କୋକସରା ବ୍ଲକ ରୁ ହିଁ ପ୍ରଥମେ ସେ ରାଜନୀତି ଆରମ୍ଭ କରିଥିବା ସେ ପ୍ରକାଶ କରିଥିଲେ । ସେ ଏହି ଅଞ୍ଚଳର ବିକାଶ ପାଇଁ ଆପଣମାନଙ୍କ ସାଥୀରେ ଅଛି  ବୋଲି କହିଥିଲେ ।  କାର୍ଯ୍ୟକ୍ରମ କୁ ବ୍ଲକ ସମ୍ପ୍ରସାରଣ ଅଧିକାରୀ ପରିଚାଳନା କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ  କର୍ମଚାରୀ ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ଯା ପ୍ରମୁଖ ଉପସ୍ଥିତ ରହିଥିଲେ ।  ଦଳୀୟ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।  ପରେ ମହିମା ଗ୍ରାମ ପଞ୍ଚାୟତ ଡେଙ୍ଗାଗୁଡା ଠାରେ  ମାନ୍ୟବର ଗୃହ , ଶକ୍ତି , ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର  ମିଶ୍ର  ଓ  ଧର୍ମଗଡ଼ ବିଧାୟକ ମୌଶୋଧି ବାଗ ଙ୍କ ଦ୍ଵାରା  ବିଦ୍ୟୁତ ଗ୍ରୀଡ଼ ମଧ୍ୟ ଉଦଘାଟିତ ହୋଇ ଥିଲା । ଯାହା ଫଳରେ ଲୋକେ ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ଙ୍କୁ  ବେଶ ପ୍ରଶଂସା କରି ଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ କୋକସରା ଏବଂ ଆମପାଣି  ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବେଶ ସୁରକ୍ଷା ପ୍ରଦାନ କରାଯାଇ ଥିଲା ।

କଳାହାଣ୍ଡି ଜିଲ୍ଲା ର କୋକସରା ଠାରୁ ଆମ ଜ଼ିଲ୍ଲା ପ୍ରତିନିଧି ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ ୮/୧୨/୨୦୨୦------ ୧୨,୩୦

ads

Blog Archive