ads

Breaking News

ଭାରତରତ୍ନ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୬୪ ତମ ତିରୋଧାନ ଦିବସ ପାଳିତ


କଳାହାଣ୍ଡି--- ଭୂର୍ଷିଗୁଡ଼ା ଯୁବକ ସଂଘ ପକ୍ଷରୁ ଭାରତରତ୍ନ ସମ୍ଭିଧାନ ପ୍ରଣେତା ବଧୀସତ୍ଵ କଳ୍ପପ୍ରବତ୍ରକ୍ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୬୪ ତମ  ତିରୋଧାନ  ଦିବସ ପାଳନ ହୋଇଯାଇଛି। ଏହା ପୂର୍ବରୁ କରୋନା  ନୀତି ନିୟମ ଅନୁଯାୟୀ ପାଳନ କରାଯାଇଥିଲା ।  ପ୍ରଥମେ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ  ଦୀପ ପ୍ରଜ୍ୱଳନ କରାଯାଇଥିଲା ।  ଏହି ସଭା ରେ ସଭାପତିତ୍ଵ କରି ଥିଲେ ରାଜେଶ ଦୁର୍ଗା । ସଭା ପରିଚାଳନା କରିଥିଲେ ଭବାନୀ ଶଙ୍କର ସୁନାନୀ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ପ୍ରତାପ କିଶୋର ଦୁର୍ଗା, ଭୋଲା ଶଙ୍କର ଦୂର୍ଗା ,ତପନ କୁମାର ନିଆଲ, ଗଣେଶ ଦୂର୍ଗା ମାନସ ଦୂର୍ଗା, ଭୁବନ ବାଘ , ହରେକୃଷ୍ଣ ନିଏଲ୍, ବିଦ୍ୟାଧର ଦୂର୍ଗା ସମେତ ଛୋଟ ଛୋଟ ଶିଶୁ ମାନେ ମଧ୍ୟ ଉପସ୍ଥିତ ଥିଲେ ।ଏହି ପରିପ୍ରେକ୍ଷୀରେ ଭାରତ ରତ୍ନ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ଜୀବନ ଚରିତ୍ର ବିଷୟରେ ମୁଖ୍ୟ ବକ୍ତା ଭାବେ ବେଣୁପାଣି ଦୁର୍ଗା କିଛି ବାର୍ତ୍ତା ପ୍ରଦାନ କରିଥିଲେ ।

କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ-----୬/୧୨/୨୦୨୦-----୯,୧୦

ads

Blog Archive