ads

Breaking News

ଗୋଡିପଲ୍ଲୀରେ ନିଆରା ଢଙ୍ଗରେ ଗଣେଶ ପୂଜା


ଓଡ଼ଗାଁ ----- ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବଜାରରୁ ଭଞ୍ଜନଗର ରାସ୍ତାରେ ମାତ୍ର ତିନିକିଲୋମିଟର ଗଲେ ପଡେ ଗୋଡିପଲ୍ଲୀ ଗାଁ। ଏହି ଗାଁର ସବୁଜ ପରିବେଶ ଯେମିତି ମନଲୋଭା ସଂସ୍କୃତି ଏବଂ ପରମ୍ପରା ସେମିତି ନିଆରା ଭାବେ ପରିଚିତ । ଏଥର ଗାଁର ଯୁବଗୋଷ୍ଠୀ ଗଣେଶ ପୂଜାକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛନ୍ତି।ଗାଁର ପୋଖରୀ ମଝିରେ ଗଣେଶ ପୂଜା ପାଇଁ କରିଛନ୍ତି ଆକର୍ଷକ ସାଜସଜ୍ଜା । ବାଉଁଶ ସାହାଯ୍ୟରେ ଗଜାନନଙ୍କ ଦର୍ଶନ ପାଇଁ କରିଛନ୍ତି ଏକ ଅସ୍ଥାୟୀ ପୋଲ। ପୁଣି ଅତିଥିମାନେ ଦର୍ଶନ ପାଇଁ କରିଛନ୍ତି ଏକ ସୁସଜ୍ଜିତ ନୌକା।    ଏହି ନିଆରା ପୂଜାକୁ ଦେଖିବା ପାଇଁ ଆଖ ପାଖରୁ ଅନେକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେଠାରେ ଏକ ମିନା ବଜାର ଖୋଲିଥିଲା ।


 ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts