ads

Breaking News

ଡେଲାଙ୍ଗରେ ପ୍ରଥମ ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚ; ଚମ୍ପିୟାନ ମହାବୀର ୱାରିୟସ

ଡେଲାଙ୍ଗ ----  ଦେଶରେ ପ୍ରିମିୟର ଲିଗ୍ ମ୍ୟାଚ ଦେଖିବା ପରେ ସେହି ଢ଼ଙ୍ଗରେ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ  ପ୍ରିମିୟର ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ଏଥିରେ କ୍ରିକେଟ ଖେଳାଲି ମାନେ କିଣା ବିକା ହୋଇଥିଲେ  । ଏହାର ଆୟୋଜକ ଥିଲେ ସାଇ ସ୍ପୋଟିଙ୍ଗ  ଗୁଡୁପାଇଲୋ  । ଏଥିରେ ୬ଟି ଦଳ ଭାଗ ନେଇଥିଲେ  ।  ଗୁଆଳିପଡା ଗ୍ରାମ ପଡିଆରେ ମ୍ୟାଚ ଖେଳାଯାଇଥିଲା  । ଆଜି ଫାଇନାଲ ମ୍ୟାଚରେ ମହାବୀର ୱାରିୟସ ଦଳ ୪୫ ରନରେ ଏସ.ଆର.ଟି  ସୁପରକିଙ୍ଗସ ଦଳକୁ ହରାଇ ପ୍ରଥମ ବର୍ଷ ପାଇଁ ଚମ୍ପିୟାନ ହୋଇଛି  ।  ଡେଲାଙ୍ଗ ପ୍ରିମିୟର ଲିଗ ମ୍ୟାଚକୁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଉଦ୍ଘାଟନ କରିଥିଲେ  । ମଙ୍ଗଳବାର ଫାଇନାଲ ମ୍ୟାଚ ଖେଳାଯାଇଥିଲା  । ମହାବୀର ୱାରିୟସ ସହିତ ଏସ. ଆର,ଟି ସୁପରକିଙ୍ଗସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ମହାବୀର ୱାରିୟସ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୯୦ ରନ କରିବାକୁ ସକ୍ଷମ ହୋଇଥିଲା  । ଜବାବରେ ଏସ. ଆର.ଟି ସୁଫରକିଙ୍ଗସ ୪୫ ରନରେ ସମସ୍ତ ଉଇକେଟ ହରାଇଥିଲା  । କିରଣ ଲାଲ ପଟ୍ଟନାୟକ, ଓ ଜିତେନ୍ଦ୍ର ପରିଡା ଫାଇନାଲ ମ୍ୟାଚ   ପରିଚାଳନା କରିଥିଲେ ।  ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ଇଏ ଏକ ଏଭଳି ଖେଳ ଶେଷ ବଲ ପର୍ଯ୍ୟନ୍ତ କିଛି କହି ହେବନାହିଁ ବୋଲି ଶ୍ରୀ ମହାରଥୀ କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ବିଜଡେି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଜେନା, ସମିତିସଭ୍ୟ ବାସୁଦେବ ଜେନା, ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ, ସରପଞ୍ଚଙ୍କ ପ୍ରତିନିଧି କୌଳାସ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚମ୍ିୟାନ ଦଳରୁ ୧୨ ହଜାର ଟଙ୍କାର ଚେକ ଓ ସିଲଡ୍ ପ୍ରଦାନ କରିଥିବା ବେଳେ ରନସ ଦଳକୁ ୮ ହଜାର ଟଙ୍କା ଓ କପ ଅତିଥି ମାନେ ପ୍ରଦାନ କରିଥିଲେ  । ସମସ୍ତ ଟିମର ମାଲିକ ଓ ମ୍ୟାନେଜର ମାନେ ଉପସ୍ଥିତ ରହିଥିଲେ  । ମ୍ୟାନ ଅଫ ଦି ମ୍ୟାଚ ସୌମ୍ୟ ଦାଶ ଓ ମ୍ୟାନ ଅଫ ଦି ସିରଜଅଜିତ କୁମାର ରାୟ, ବେଷ୍ଟ ବୋଲର ଅରୁଣ କୁମାର ନାୟକ, ବେଷ୍ଟ ଟିମ ଭାବରେ ଗ୍ଳାଡିୟର ଏକାଦଶଙ୍କୁ ଘୋଷଣା କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମି ରଞ୍ଜନ ବେହେରା, ଜିତେନ୍ଦ୍ର କୁଅଁର, ଚିତ୍ତ ରଞ୍ଜନ ପ୍ରଧାନ, ଛାଟୋଇ ମୋତିଲାଲ ରାୟ, ପ୍ରଦୀପ କୁମାର ସେଠୀ, ଦିଲୀପ କୁମାର ପଲେଇ, ଟୁଲେଶ୍ୱର ସାମନ୍ତରାୟ ପ୍ରମୁଖ ମ୍ୟାଚ ପରିଚାଳନରେ ସହଯୋଗ କରିଥିଲେ  । ଏହି ଖେଳର ମୁଖ୍ୟ ସଂଯୋଜକ ଦୀପକ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts