ads

Breaking News

ମନୋଜ ନାଏକ ହେଲେ ବ୍ଲକ୍ କଂଗ୍ରେସ ସଭାପତି, ଦଳରେ ଉତ୍ସାହ ବଡିଲା


ସମ୍ବଲପୁର,---: ଜମନକିରା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋଜ ନାଏକଙ୍କୁ ମନୋନୀତ କରାଯାଇଛି । ମନୋଜ ଜଣେ ସମାଜସେବୀ ଓ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତ ର ସମିତିସଭ୍ୟ ଭାବେ ତାଙ୍କର ଖ୍ୟାତି ରହିଛି।ଶୁକ୍ରବାର ଜମନକିରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ବ୍ଲକ କଂଗ୍ରେସ ସଙ୍ଗଠନକୁ ପୂର୍ବାପେକ୍ଷା ଆହୁରି କ୍ରିୟାଶୀଳ କରିବାକୁ ମତ ପ୍ରକାଶ ପାଇଥିଲା। ଗାଁ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ସହ ଗାଁର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦିଆଯାଇଛି।

ପୂର୍ବତନ ବ୍ଲକ ସଭାପତି କେଦାରନାଥ ବରିହା, ଧନେଶ୍ଵର ପଧାନ, ସରୋଜ ପଟ୍ଟନାୟକ, ଥବିର୍ ଜୟପୁରିଆ, ଜଗଦାନନ୍ଦ ମହାପାତ୍ର, କିଶୋର ନାଏକ, ଅଶୋକ ଦାନୀ, ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୦/୮/୨୦୨୫---୮,୨୦ Sakhigopal News,10/8/2025

ads

Blog Archive

Popular Posts